Below header

ଝାରସୁଗୁଗୁଡ଼ା ଜାହାଜପଡ଼ାରେ ଫାଟିଲା ଗ୍ୟାସ ସିଲିଣ୍ଡର,୪ ଆହତ

ଝାରସୁଗୁଗୁଡ଼ା(କେନ୍ୟୁଜ୍): ଗ୍ୟାସ ସିଲିଣ୍ଡର ଫାଟି ୪ ଆହତ । ଝାରସୁଗୁଗୁଡ଼ା ଜିଲ୍ଲା ବେଲପାହାଡ ଥାନା ଜାହାଜପଡ଼ା ଠାରେ ଘଟିଛି ଘଟଣା । ଆହତଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ଶିଶୁଙ୍କ ମାଆ ଅଛନ୍ତି । ଜାହାଜପଡ଼ାରେ ଭଡ଼ା ଘରେ ରହୁଥିବା ବଳିରାମ ମାରାଣ୍ଡିଙ୍କ ସ୍ତ୍ରୀ ସମୁଲେଇ କୁମାରୀ ରୋଷେଇ କରିବା ପାଇଁ ଗ୍ୟାସ ଜଳାଇବା ସମୟରେ ହଠାତ ସିଲିଣ୍ଡରରେ ନିଆଁ ଲାଗି ବ୍ଲାଷ୍ଟ ହୋଇଥିଲା ।

ଏହି ଘଟଣାରେ ସମୁଲେଇ କୁମାରୀ ଏବଂ ତାଙ୍କ ପୁଅ ଆହତ ହୋଇଥିବା ବେଳେ ପଡ଼ୋଶୀ ଘରର ମହିଳା ତାଙ୍କ ଝିଅ ମଧ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.