ଗରୁଡ଼ ପୁରାଣ : କେଉଁ କାମରେ ହୋଇଥାଏ ଯୋଗ୍ୟ ସନ୍ତାନ, ଗର୍ଭଧାରଣ ସମୟରେ ଏହି କଥାର ରଖନ୍ତୁ ଧ୍ୟାନ

ବୈବାହିକ ଜୀବନରେ ସନ୍ତାନ ପ୍ରାପ୍ତିର ଇଚ୍ଛା ଯେ କେହି କରିଥାନ୍ତି । ଏଥିସହିତ ସବୁ ମାତା-ପିତା ଚାହିଁଥାନ୍ତି ଯେ ତାଙ୍କର ସନ୍ତାନ ଯୋଗ୍ୟ ଓ ଆଦର୍ଶବାନ ହେଉ । ଶାସ୍ତ୍ର ଓ ଗରୁଡ ପୁରାଣରେ କୁହାଯାଇଛି, ସନ୍ତାନ ଜନ୍ମ ପରେ ସେ କେମିତି ହେବ ଏହା ତା’ର ପୂର୍ବ ଜନ୍ମର କର୍ମ, ମା’ ର ଆଚରଣ ଓ ଗର୍ଭଧାରଣ ସମୟ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ଶାସ୍ତ୍ରରେ ଗର୍ଭ ସଂସ୍କାର ବୋଲି କୁହାଯାଇଥାଏ ।

ଯେମିତି ଗର୍ଭ ସଂସ୍କାରରେ ଗର୍ଭଧାରଣ ଠାରୁ ନେଇକରି ଜନ୍ମ ପର୍ଯ୍ୟନ୍ତ, ପୁରା ୯ ମାସ ମାତାଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ-ପାନୀୟ ଓ ଦିନଚର୍ଯ୍ୟା ଉପରେ ନିର୍ଭର କରିଥାଏ । ଠିକ୍‌ ୧୮ ମହାପୁରାଣ ମଧ୍ୟରେ ଗରୁଡ ପୁରାଣରେ ମଧ୍ୟ ଗର୍ଭ ଧାରଣ ନିୟମ ସମ୍ପର୍କରେ କୁହାଯାଇଛି । ଯାହାକୁ ପାଳନ କରିବା ଦ୍ୱାରା ଦମ୍ପତିଙ୍କୁ ଶ୍ରେଷ୍ଠ ସନ୍ତାନ ପ୍ରାପ୍ତି ହୋଇଥାଏ ।

ଗର୍ଭଧାରଣ ସମୟରେ ଏହି କଥା ଉପରେ ରଖନ୍ତୁ ଧ୍ୟାନ

ଗରୁଡ ପୁରାଣ ଅନୁସାରେ ଯେବେ ମହିଳାଙ୍କ ମାସିକ ଧର୍ମ ହୋଇଥାଏ , ସେତେବେଳେ ତାଙ୍କ ସହ ମର୍ଯ୍ୟାଦାର ସହ କଥା ହୁଅନ୍ତୁ । ଦମ୍ପତି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ଏହାଦ୍ୱାରା ଶ୍ରେଷ୍ଠ ସନ୍ତାନ ପ୍ରାପ୍ତି ହୋଇଥାଏ ।

ମାସିକ ଧର୍ମ ଶୁଦ୍ଧ ହେବାର ୭ ଦିନ ଯାଏ ସ୍ତ୍ରୀ ଗର୍ଭ ଧାରଣ କରିବା କଥା ନୁହେଁ । ଏହି ଦିନ ଗର୍ଭଧାରଣ କରିବା ଦ୍ୱାରା ମାତା ଓ ଶିଶୁ ଦୁହିଁଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । କାରଣ ଏହି ସମୟରେ ମହିଳା ଶାରୀରିକ ଭାବେ ଦୁର୍ବଳ ରହିଥାନ୍ତି ।

ଶୁଭ ଦିନ ଯଥା ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାରରେ ଗର୍ଭ ଧାରଣକୁ ଶୁଭ ମନାଯାଇଥାଏ । ଏହାଛଡ଼ା ଅଷ୍ଟମୀ, ଦଶମୀ ଓ ଦ୍ୱାଦଶୀ ତିଥି ଶୁଭ ମନାଯାଇଥାଏ ।

ଶୁଭ ଦିନରେ ଗର୍ଭ ଧାରଣ ପାଇଁ ଶୁଭ ନକ୍ଷତ୍ରକୁ ମଧ୍ୟ ମହତ୍ୱପୂର୍ଣ୍ଣ ବୋଲି ମନାଯାଇଥାଏ । ଏହି ନକ୍ଷତ୍ର ମଧ୍ୟରେ ରୋହିଣୀ, ମୃଗଶିରା, ହସ୍ତା, ଚିତ୍ରା, ପୁନର୍ବସୁ, ଅନୁରାଧା, ଶ୍ରବଣା, ଧନିଷ୍ଠା, ଶତଭିଷା, ଉତ୍ତରା ଭାଦ୍ରପଦ, ଉତ୍ତରାଷାଢ଼ା ଓ ଉତ୍ତରାଫାଲଗୁନୀ ନକ୍ଷତ୍ରକୁ ଶୁଭ ମନାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.