ବିଏମସିରେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ନିଆଗଲା ପଦକ୍ଷେପ

ଭୁବନେଶ୍ବର(କେନ୍ଯୁଜ୍): ବିଏମସିରେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା।  ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏଁ ସ୍ଥାନ କଣ୍ଟେନମେଣ୍ଟ। ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳ ମଧ୍ୟ କଣ୍ଟେନମେଣ୍ଟ। ଗୋଟିଏ ଲେଖାଏଁ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ନିଆଗଲା ପଦକ୍ଷେପ । ଗତକାଲି ଠାରୁ ଆଜି ଭିତରେ BMCରେ ୧୪ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ ହୋଇସାରିଛି।

ସୂଚନା ଥାଉକି, ସଂକ୍ରମଣ ବୃଦ୍ଧି ପରେ ଭୁବନେଶ୍ୱରରେ ବଢିଲା କଣ୍ଟେନମେଣ୍ଟ ଜୋନ। ଗତକାଲି ମଧ୍ୟାହ୍ନରେ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଥିବା ବେଳେ ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ପାଣ୍ଡରାର ଏକ ଘର, XIMBର ଏକ କ୍ୱାର୍ଟର୍ସ, ଶୈଳଶ୍ରୀବିହାର ଲେନ୍‌୬ର ଏକ ଘର, ସୈନିକ ସ୍କୁଲର ଏକ କ୍ୱାର୍ଟର୍ସ, ଇଣ୍ଡିଆନ ଅଏଲ ହାଉସିଂ ସୋସାଇଟିର ଏକ ଘରକୁ ବିଏମସି କଣ୍ଟେନମେଣ୍ଟ ଘୋଷଣା କରିଥିଲା। କୋଭିଡ ସଂକ୍ରମଣ ଚିହ୍ନଟ ହେବା ପରେ ବିଏମସି ଏହି ପଦକ୍ଷେପ ନେଇଥିଲା। କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପ୍ରବେଶ ନିଷିଦ୍ଧ କରାଯାଇଛି। କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଥିବା ପରିବାରକୁ ଅତ୍ୟାବଶ୍ୟକ ସେବା ବିଏମସି ପକ୍ଷରୁ ଯୋଗାଇ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.