ରାସନ କାର୍ଡ ତାଲିକାରୁ କଟିଯାଇ ନାହିଁ ତ ଆପଣଙ୍କ ନାମ…? ଘରେ ବସି ଏମିତି କରନ୍ତୁ ଚେକ୍‌; ନଚେତ୍‌ ସୁବିଧାରୁ ହେବେ ବଞ୍ଚିତ

ରାସନ କାର୍ଡ ସରକାରଙ୍କ ତରଫରୁ ନାଗରିକମାନଙ୍କୁ ଦିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହି ଡକ୍ୟୁମେଣ୍ଟରେ କେବଳ ଗରିବ ଲୋକଙ୍କୁ ସବସିଡିଯୁକ୍ତ ରାସନ ମିଳେ ନାହିଁ, ବରଂ ଏହା ପରିଚୟ ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ। ଏହାର ବ୍ୟବହାର ନାଗରିକତ୍ୱର ପ୍ରମାଣ, ଠିକଣା ପ୍ରମାଣ ପାଇଁ ବି ବ୍ୟବହୃତ ହୁଏ। ରାସନ କାର୍ଡଧାରୀମାନେ ଗହମ, ଚିନି, ଚାଉଳ, କିରୋସିନ ଆଦିର କ୍ରୟ ଉପରେ ରିହାତି ପାଇ ଥାଆନ୍ତି। କିଛି ମାସ ହେବ ୟୁପି ଓ ଦିଲ୍ଲୀ ଭଳି ରାଜ୍ୟରେ ଗରିବ ପରିବାରକୁ ମାଗଣାରେ ଖାଦ୍ୟ ଶସ୍ୟ ଦିଆଯାଉଛି।

ଅନେକ ସ୍ଥାନରେ ବ୍ୟବହାର କରାଯାଏ ରାସନ କାର୍ଡ

କେବଳ ଏତିକି ନୁହେଁ, ରାସନ କାର୍ଡ ଜନଧନ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ପରିଚୟ ପତ୍ର ରୂପରେ ମଧ୍ୟ ବ୍ୟବହୃତ ହୋଇଥାଏ। ଯଦି କାହା ପାଖରେ ଆଧାର କାର୍ଡ ନାହିଁ, ତ ସେ ସେହି ସ୍ଥାନରେ ରାସନ କାର୍ଡ ବ୍ୟବହାର କରି ପାରିବେ। କିନ୍ତୁ ଅନେକ ବାର ବିଭିନ୍ନ କାରଣରୁ ରାସନ ତାଲିକାରୁ ନାମ କଟି ଯାଇଥାଏ। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିଶେଷ କରି ସେହି ସମୟରେ, ଯେତେବେଳେ ଆପଣ ଜାଣିପାରି ନ ଥାଆନ୍ତି କି, ଆପଣଙ୍କ ନାମ ରାସନ କାର୍ଡ ତାଲିକାରୁ କଟି ଯାଇଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଘରେ ବସି ରାସନ କାର୍ଡରେ ନାମ କିପରି ଯାଞ୍ଚ କରି ହେବ। ଏଥିପାଇଁ ଆପଣଙ୍କୁ NFSAର ୱେବସାଇଟକୁ ଯିବାକୁ ପଡିବ।

ଏମିତି ଯାଞ୍ଚ କରନ୍ତୁ ତାଲିକାରେ ଆପଣଙ୍କ ନାମ

-ରାସନ କାର୍ଡ ତାଲିକାରେ ଆପଣଙ୍କ ନାମ କଟିଯାଇଛି କି ନାହିଁ, ତାହା ଜାଣିବା ପାଇଁ ଆପଣଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍ https://nfsa.gov.in/Default.aspx କୁ ଯିବାକୁ ହେବ।

-ଏହାପରେ ଆପଣ ରାସନ କାର୍ଡର ବିକଳ୍ପ ଚୟନ କରିବେ।

-ବର୍ତ୍ତମାନ ଆପଣଙ୍କୁ Ration Card Details On State Portals ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ।

-ଯାହା ପରେ ଆପଣଙ୍କୁ ଏଥିରୁ ନିଜ ରାଜ୍ୟ ଏବଂ ଜିଲ୍ଲା ବାଛିବାକୁ ପଡିବ।

-ଜିଲ୍ଲା ପରେ ଆପଣଙ୍କୁ ନିଜ ବ୍ଲକର ନାମ ଦେବାକୁ ହେବ, ପୁଣି ପଞ୍ଚାୟତର ନାମ ବାଛିବାକୁ ପଡ଼ିବ।

-ଏବେ ଆପଣ ଏଠାରେ ନିଜ ରାସନ ଦୋକାନର ଦୋକାନୀଙ୍କ ନାମ ଏବଂ ରାସନ କାର୍ଡର ପ୍ରକାର ଚୟନ କରିବେ।

-ଏହାପରେ ଆପଣଙ୍କ ସାମ୍ନାରେ ନାମର ଏକ ତାଲିକା ଆସିବ, ଯାହା ରାସନ କାର୍ଡଧାରୀମାନଙ୍କର ହୋଇଥାଏ। ଆପଣ ଏହି ତାଲିକାରେ ନିଜ ନାମ ଦେଖି ପାରିବେ।

-ଯଦି ଏହି ତାଲିକାରେ ଆପଣଙ୍କ ନାମ ଅଛି, ତା’ ହେଲେ ଆପଣଙ୍କ ନାମ କଟି ନାହିଁ। ଆପଣ ଏହି ତାଲିକାକୁ ଡାଉନଲୋଡ୍ ମଧ୍ୟ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.