ବୟସ ମାତ୍ର ଛଅ ହେଲେ କାମ ତାର ଆଶ୍ଚର୍ଯ୍ୟ କଲାଭଳି, ସ୍କୁଲ ଯିବା ପୂର୍ବରୁ ସବୁ କରିନିଏ

କେନ୍ୟୁଜ: ପିଲାଟି ଘରେ ଥିଲେ ତାର ଯତ୍ନ ନେବା ସହ ତାର ସବୁ କାମ ସାରି ତାକୁ ସ୍କୁଲ ପଠାଇବା ଏବେ ଅବିଭାବକଙ୍କର ପ୍ରଥମ ଦାୟିତ୍ୱ । ତାପରେ ଯାଇ ଅନ୍ୟ କାମ । ଆଉ ଏସବୁ ଏବେ ଯେମିତି କାଠିକାର ପାଠ ହେଲାଣି ବିଶେଷ କରି ଆଜିର ପିଢିଙ୍କ ପାଇଁ । ଏବେର ପିତାମାତା ନିଜ ପିଲାଙ୍କ ପଛରେ ଦୌଡୁଥିବାର ନଜର ଆସୁଛନ୍ତି । କିନ୍ତୁ ଥରେ ଏ ପିଲାଟିକୁ ଦେଖନ୍ତୁ । ଏଠି ଆପଣ ଜଣେ ଏଭଳି ଛୁଆଟିକୁ ଦେଖିବେ ଯିଏ ମାତ୍ର ୬ବର୍ଷର ବାଳକ । ତାଙ୍କ ପିତାମାତା କହନ୍ତି ଯେ ସେ ପ୍ରତିଦିନ ସକାଳ ୬ରେ ଉଠି ଯାଆନ୍ତି । ନିଜ ପାଇଁ ରୋଷେଇ କରନ୍ତି । ଏବଂ ସ୍କୁଲ ଯିବା ପୂର୍ବରୁ ଘର କାମ ବି କରନ୍ତି ।

 

 

ଏକ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଦେଖାଯାଇଛି ଯେ ସକାଳ ୬ରେ ଆଲାରାମ ବାଜିବା ବେଳେ ଏକ ଛୋଟପିଲା ବିଛଣାରୁ ବାହାରକୁ ଯାଉଛି । ଏବଂ ତାର କପଡା ସବୁକୁ ବାହାର କରି ଆଣୁୁଛି । କପଡାକୁ ଆଇରନ କରୁଛି । ତାପରେ ନିଜ ପୋଷାକ ପିନ୍ଧୁନେଉଛି । ପୋଷାକ ପିନ୍ଧିବା ପରେ ସେ ବ୍ରସ କରିବା ତା ସହ ନିଜ ବ୍ରେକଫାଷ୍ଟ ରେଡି କରିବା ଆଉ ନିଜେ ଖାଇବା ପର୍ଯ୍ୟନ୍ତ ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେଉଥିବେ । ମାନେ ଆମେ ମଧ୍ୟ ସେମିତି ଚକିତ ହୋଇଥିଲୁ ଯେମିତି ଏବେ ଆପଣ ।

ପୁଣି ଥରେ ଭିଡିଓ ଉପରେ ନଜର ପକାଇବା ବେଳେ ଦେଖିଲୁ । ଖାଲି ସେତିକି ନୁହେଁ , ଖାଇସାରିବା ପରେ ସେ ନିଜ ପ୍ଲେଟସ୍‌ କିଭଳି ଧୋଉଛି ତାକୁ ବି ଆପଣ ଦେଖିପାରୁଥିବେ । ପରେ ପରେ ଟଏଲେଟ, ସାୱାର କ୍ନିନ କରିବା, ପୋଷାକ ଧୋଇବା ଓ ନିଜ ବେଡ କ୍ଲିନ କରିବା ଭଳି ଚିତ୍ର ଆଫଣଙ୍କୁ ନଜର ଆସୁଥିବ । ନିଜ ପୋଷାକକୁ ଚଟାଣରେ ରଖିବା ପୂର୍ବରୁ ଚଟାଣକୁ ମପ କରିବାକୁ ବି ଭୁଲୁନି ଏହି କୁନି ଛୁଆଟେ । ଏହାପରେ ବିଛଣାରେ ଥିବା ମାଆଙ୍କ ପାଖକୁ ଫୁଟ ସ୍ପା ବଢାଇବା ଆଉ ତାପରେ ସ୍କୁଲ ଯିବା ପୂର୍ବରୁ ଜୋତାକୁ ପଲିସ କରିବା ଭଳି ଚିତ୍ର ପିଲାଟିର ଦାୟିତ୍ୱବୋଧକୁ ଏଠି ବୟାନ କରୁଛି ।
କ୍ୟାପସନରେ ଲେଖାଅଛି, ମୋଛୁଆକୁ ୬ବର୍ଷ ବୟସ ହୋଇଛି । ସେ ସକାଳ ୬ରେ ଉଠେ । ନିଜ ପାଇଁ ରୋଷେଇ କରେ । ଘର କାମ କରି ସ୍କୁଲ ମଧ୍ୟ ଯାଏ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ୧ମିନିଟ ୨୫ସେକେଣ୍ଡର ଏହି ଭିଡିଓ ୨୬ମିଲିୟନରୁ ଅଧିକ ଥର ଦେଖାଯାଇଛି । ବାଳକଟି ଏତେ କମ ବୟସରେ ବହୁତ କିଛି କରୁଥିବାର ଦେଖି ସମସ୍ତେ ବିସ୍ମିତ ହୋଇଛନ୍ତି । ଜଣେ ୟୁଜର କହିଛନ୍ତି, କି ଏହି ପିଲାଟି ବହୁତ ମାଚ୍ୟୁଅର ଅଟନ୍ତି । ତାଙ୍କ ବୟସରୁ ଦୁଇଗୁଣା ଠାରୁ ବି ସେ ପରିପକ୍ୱ ଅଟନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି କି ତାଙ୍କ ବୟସ ମାତ୍ର ୬, ତେଣୁ ସେ ତାଙ୍କ ପିଲାଦିନ ବଞ୍ଚିବା ଉଚିତ ନାଁ କି ଘର ବିଷୟରେ ଚିନ୍ତା କରିବା । ଅନ୍ୟଜଣକ କହିଛନ୍ତି ଯେ ପିଲାଟିକୁ ଭୁଲିଯାଅ, ଆମେ ୨୦୭୮ରେ ଏହି ଘର ବିଷୟରେ କଥାବାର୍ତ୍ତା କରିପାରିବା କି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.