ପ୍ରଥମେ ତଣ୍ଟି କାଟିଲେ ତା ପରେ ଝୁଲିଗଲେ, ଏକା ସାଙ୍ଗେ ୫ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ : ଦେଶର ସର୍ବବୃହତ ଜେଲ ତିହାର ଜେଲରେ ୫ ଜଣ କଏଦୀ ଏକାଠି ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିଛି ଏବଂ ସମସ୍ତେ ଏକାଠି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବାର କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ପାଞ୍ଚ ଜଣ କଏଦୀ ନିଜେ ଆହତ ହୋଇଥିଲେ, ଯେଉଁମାନେ DDU ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ରିପୋର୍ଟ ଅନୁସାରେ ତିହାର ଜେଲରେ ଥିବା ୫ ଜଣ କଏଦୀ ସାମୂହିକ ଭାବେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜେଲ କର୍ମଚାରୀ ଏବାବଦରେ ଜାଣିବା ପରେ, ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏଥି ସହିତ ଏକ ବଡ଼ଧରଣର ଅଘଟଣ ଟଳିଯାଇଛି। ଆହତଙ୍କ ମଧ୍ୟରୁ ଜଣକୁ ଦୀନ ଦୟାଲ ଉପାଧ୍ୟାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ୫ ଜଣ କଏଦୀ ଏକକାଳୀନ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବାର କାରଣ କ’ଣ ହୋଇପାରେ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

ଜେଲର ୩ ନମ୍ବର ସେଲରେ ଏହି ଅଘଟଣ ଘଟିଛି। ମଙ୍ଗଳବାର ୫ ଜଣ କଏଦୀ ପ୍ରଥମେ ନିଜ ନିଜ ଦେହରେ ଧାରୁଆ ଅସ୍ତ୍ରରେ ହାଣିଥିଲେ। ଏହା ପରେ ସେମାନେ ଦୌଡ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। କର୍ମଚାରୀ ମାନେ ଏବାବଦରେ ଅବଗତ ହେବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଯେତେବେଳେ ତିହାର ଜେଲର ଡିଜି ସନ୍ଦୀପ ଗୋଏଲ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ସେ କହିଥିଲେ ଯେ ବନ୍ଦୀମାନଙ୍କ ଆଘାତ ବିଷୟରେ ସେ ଜାଣିଛନ୍ତି। କିନ୍ତୁ, ସେମାନେ ସାମୂହିକ ଭାବରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ସେମାନେ ଏହା ବିଷୟରେ ଅବଗତ ନୁହଁନ୍ତି। ସୂତ୍ରରୁ ପ୍ରକାଶ ଯେ ଏହି ପାଞ୍ଚ ଜଣ କଏଦୀ ତିହାରର ଜେଲ ନମ୍ବର -୩ ର ୱାର୍ଡ ନମ୍ବର -୧ ର ଅଟନ୍ତି। ସେ ପ୍ରଥମେ ନିଜକୁ ଆଘାତ କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସମସ୍ତ କଏଦୀଙ୍କ ପାଇଁ ପରାମର୍ଶ ଦିଆଯିବ ଯାହା ଦ୍ୱାରା ସେମାନେ ଭବିଷ୍ୟତରେ ଏପରି ପଦକ୍ଷେପ ନେବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.