ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୪ ଜଣ ହରାଇଲେ ପ୍ରାଣ

ବିଜୁଳି ନେଲା ୪ ଜୀବନ। ବଜ୍ରପାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁରରେ ଜଣେ, ମାହାଙ୍ଗାରେ ୨ଜଣ ଓ କେନ୍ଦ୍ରାପଡ଼ାରେ ଜଣଙ୍କର ପ୍ରାଣହାନି ଘଟିଛି। ସାଲେପୁର ଭେଡା ଗାଁର ନିରଞ୍ଜନ ମଲ୍ଲିକ ବିଲରେ କାମ କରୁଥିବା ବେଳେ ବିଜୁଳି ମାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ମାଳଲେଖନପୁର ଗାଁର ରଞ୍ଜନ ବେହେରା ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ମାହାଙ୍ଗା ଲଳିତଗିରି ଗାଁର ବାବୁଲି ଜେନା ପାହାଡ଼ ଉପରେ ଛେଳି ଜଗିଥିବା ବେଳେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ସେହିପରି କେନ୍ଦ୍ରାପଡ଼ାର ମହାକାଳପଡ଼ା ବରକନ୍ଧା ଗାଁର କୃପାସିନ୍ଧୁ ରାଉତ ବିଲରେ କାମ କରୁଥିବା ବେଳେ ବିଜୁଳି ମାରିବାରୁ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.