ବାଲେଶ୍ୱର ସହରରେ ବିନା ପଞ୍ଜୀକରଣରେ ଚାଲିଛି ୪୦ ବେଆଇନ ନର୍ସିଂହୋମ୍‌

ବାଲେଶ୍ୱର ସହରରେ ହୁ ହୁ ହୋଇ ବଢି ଚାଲିଛି ନର୍ସିଂ ହୋମ ସଂଖ୍ୟା । ଏତେ ସଂଖ୍ୟକ ନର୍ସିଂହୋମ ଗୁଡିକର ବୈଧତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନର୍ସିଂହୋମଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ଅଛି ତ? ଅଧିକାଂଶଙ୍କର ପଞ୍ଜିକରଣ ସାର୍ଟିଫିକେଟ ଅଛି ତ ? ଏମିତି ନାନା ପ୍ରଶ୍ନ ଭିତରେ ଏସବୁ ସଂସ୍ଥାଗୁଡିକର କାଯ୍ୟର୍ଦକ୍ଷତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ନିକଟରେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା । ଖୋଦ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ସୁଚନା ଦେଇଥିଲେ ଯେ, ବାଲେଶ୍ୱର ସହରରେ ବିନା ଲାଇସେନ୍ସରେ ୪୦ଟି ନର୍ସିଂ ହୋମ ଚାଲିଛି ।

ଗୋଟିଏ କି ଦୁଇଟି ନୁହେଁଁ। ବାଲେଶ୍ୱର ସହରରେ ଏକାସାଙ୍ଗେ ଚାଲିଛି ୪୦ଟି ବେଆଇନ ନର୍ସିଂ ହୋମ। ଏକଥା ଆମେ କହୁନୁ, ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଏହି ସୁଚନା ଦେଇଥିଲେ। ଏତେ ସଂଖ୍ୟକ ନର୍ସିଂ ହୋମଗୁଡିକର ବୈଧତାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। ବିଧାନସଭାରେ ମନ୍ତ୍ରୀଙ୍କ ସୁଚନା କଣ ଭୁଲ ଥିଲା? ମନ୍ତ୍ରୀଙ୍କ ଉତ୍ତର ଯଦି ଠିକ ତାହେଲେ ଏହା ସୁଚେଇ ଦେଉଛି ଯେ, ସହରରେ ଅଧିକାଂଶ ନର୍ସିଂହୋମ ବିନା ଲାଇସେନ୍ସରେ ଚାଲିଛି। ଏତେ ସଂଖ୍ୟକ ବେଆଇନ ନର୍ସିଂହୋମ ଚଲାଇବାକୁ କିଏ ପ୍ରକୃତରେ ଅନୁମତି ଦେଇଥିଲା? ଏସବୁ ସଂସ୍ଥାଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ଅଛିତ? ଏହାକୁ ନେଇ ଏବେ ନାନା ପ୍ରଶ୍ନ ଓ ନାନା ବିତର୍କ।

ସବୁ ନର୍ସିଂହୋମଗୁଡିକର ପଞ୍ଜିକରଣ ତାରିଖ ସରିଯାଇଥିବା ବେଳେ ଏଗୁଡିକର ଆଉ ପଞ୍ଜିକରଣ ହୋଇ ନାହିଁ। ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏଥିପାଇଁ ଏକ ୪ ଜଣିଆ ଟିମ ଗଠିତ ହୋଇଛି। ଏହି ଟିମରେ ରହିଛନ୍ତି ସିଡିଏମଓ, ଏଡିଏମଓ, ଜଣେ ଡିଏସପି, ଡେପୁଟୀ କଲେକ୍ଟର ଓ ଅଗ୍ନୀ ନିରାପତ୍ତା ଅଧିକାରୀ ରହିଛନ୍ତି। ଏହି ଟିମ ପ୍ରତିଦିନ ସହରର ବିଭିନ୍ନ ନର୍ସିଂ ହୋମରେ ଚଢଉ କରୁଛନ୍ତି। ଚଢଉ ପରେ ଟିମ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ଦେବ। ରିପୋର୍ଟ ଆଧାରରେ ଜିଲ୍ଲାପାଳ କାଯ୍ୟର୍ାନୁଷ୍ଠାନ ନେବେ। ସେପଟେ ୨୦୧୬ ପରଠାରୁ ଅଧିକାଂଶ ନର୍ସିଂ ହୋମର ପୁନଃପଞ୍ଜିକରଣ ହୋଇନଥିବା କହିଛନ୍ତି କିଛି ନର୍ସିଂ ହୋମ ମାଲିକ। ତଦନ୍ତ ସମୟରେ ଅଧିକାଂଶ ପାଥୋ ଲାବର କାଗଜପତ୍ର ଠିକ ନଥିବା ଜଣାପଡିଛି। ତେବେ କାଗଜପତ୍ର ଠିକ କରିବାକୁ ସେମାନଙ୍କୁ କିଛି ସମୟ ଦିଆଯାଇଛି। ନହେଲେ ଦୃଢ କାଯ୍‌ର୍୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାଇ ଦେଇଛି।

Leave A Reply

Your email address will not be published.