ରାଜଧାନୀ ପାଇଁ ଡେଙ୍ଗୁ ବିପଦ: ଚିହ୍ନଟ ହେଲେଣି ୪୨୧ଜଣ ରୋଗୀ, ବିଭିନ୍ନ ଗଳି ଓ ବସ୍ତି ବୁଲି ସଚେତନ କରାଉଛି BMC

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀ ପାଇଁ ବଢ଼ିିଲା ବିପଦ । କରୋନା ମହାମାରୀ ନଯାଉଣୁ ଧସେଇ ପସିଛି ଡେଙ୍ଗୁ । ଡରିଡରି ବଞ୍ଚୁଛନ୍ତି ରାଜଧାନୀବାସୀ । ଗତକାଲି ଗୋଟିଏ ଦିନରେ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଯାଏ ୪୨୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର, କଳ୍ପନା, ବରଗଡ ବ୍ରିଟ କୋଲନୀରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକା  ଆଖି ବୁଜିଥିବା କୁହାଯାଉଛି। ସେପଟେ ଡେଙ୍ଗୁକୁ ନେଇ ଲୋକଙ୍କୁ ସଚେତନ କରାଉଛି BMC। ବିଭିନ୍ନ ଗଳି ଓ ବସ୍ତିରେ ବୁଲି ବୁଲି ଲୋକମାନଙ୍କୁ ସଚେତନ କରାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.