ଆଠଗଡ଼: ମାଛ ଜାଲରେ ଫସିଲା ୫ଫୁଟର ନାଗ ସାପ

ଆଠଗଡ଼(କେନ୍ଯୁଜ୍): ଆଠଗଡ଼ ମାଛ ଜାଲରେ ଫସିଗଲା ୫ଫୁଟର ନାଗ ସାପ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ବ୍ଳକ୍ ଅନ୍ତର୍ଗତ ବେତଖୋଲି ଗାଁରେ । ଗାଁର ପ୍ରଶାନ୍ତ ନାୟକଙ୍କ ବଗିଚାରେ ଘେରା ଯାଇଥିବା ମାଛ ଜାଲରେ ଏକ ନାଗସାପ ଫସି ଯାଇଥିବା ସେ ଦେଖିବାକୁ ପାଇଥିଲେ ।

ସେ ଭୟଭିତ ହୋଇ ଆଠଗଡ଼ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଅସିତ ପ୍ରଧାନଙ୍କୁ ଖବର ଦେଇଥିଲେ। ଶ୍ରୀ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦିର୍ଘ ୨ଘଣ୍ଟାର ଅପରେସନ ପରେ ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡିଛି। ତେବେ ସାପଟି ସଂପୂଣ୍ଣ ସୁସ୍ଥ ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.