Indian Railways: ରେଳ ଯାତ୍ରୀଙ୍କ ପାଇଁ ଭଲ ଖବର! ଏବେ ଏହି ୨୬ ଟ୍ରେନ୍‌ରେ ବିନା ରିଜର୍ଭେଶନରେ ମଧ୍ୟ କରି ପାରିବେ ଯାତ୍ରା; ଦେଖି ନିଅନ୍ତୁ ତାଲିକା

କରୋନା କାଳ ପରେ ଏବେ ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ଭାରତୀୟ ରେଲେଓ୍ଵ ଏକ ବଡ଼ ଘୋଷଣା କରିଛି। ରେଲେଓ୍ଵ ୨୬ ଅକ୍ଟୋବରରୁ ପୂର୍ବ-ମଧ୍ୟ ରେଳର ଅଲଗା ଅଲଗା ଷ୍ଟେଶନ ମଧ୍ୟରେ ଚଲା ଯାଉଥିବା ୧୩ ଯୋଡ଼ି ସ୍ପେଶାଲ ଟ୍ରେନରେ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍‌ଗୁଡ଼ିକରେ ସାଧାରଣ ଶ୍ରେଣୀର କିଛି ଆରକ୍ଷିତ ଡବାକୁ ଅଣସଂରକ୍ଷିତ କୋଚରେ ବଦଳା ଯିବ। ଆସନ୍ତୁ ଜାଣିବା ତାଲିକା।

• ଗାଡ଼ି ସଂଖ୍ୟା 02567/02568 ସହରସା-ପାଟନା-ସହରସା ରାଜଧାନୀ ସ୍ପେଶାଲ ଟ୍ରେନରେ ବର୍ତ୍ତମାନ ଆରକ୍ଷିତ ସାଧାରଣ ଶ୍ରେଣୀ (2s)ର କୋଚ୍‌ଗୁଡ଼ିକର ମୋଟ ସଂଖ୍ୟା ୧୭ ରହିଛି। ଏଥି ମଧ୍ୟରୁ ୩ କୋଚ୍‌ ଡି-୧୫, ୧୬ ଏବଂ ୧୭ ଅନାରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03205/03206 ସହରସା-ପାଟଳିପୁତ୍ର-ସହରସା ଏକ୍ସପ୍ରେସ୍‌ ସ୍ପେଶାଲ ଟ୍ରେନରେ ବର୍ତ୍ତମାନ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ଗୁଡ଼ିର ମୋଟ ସଂଖ୍ୟା ୫, ଯେଉଁଥିରୁ ୩ କୋଚ୍‌ ଡି-୦୩, ଡି-୦୪ ଏବଂ ଡି-୦୫ ଅନାରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03653/03654 ଜୟନଗର-ଦାନାପୁର-ଜୟନଗର ସ୍ପେଶାଲ ଟ୍ରେନରେ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ରହିଛି ୯, ସେଥିରୁ ୩ କୋଚ୍‌ ଡି-୦୭, ୦୮ ଏବଂ ୦୯ ଏବେ ଅଣସଂରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03227/03228 ସହରସା-ରାଜେନ୍ଦ୍ର ନଗର-ସହରସା ସ୍ପେଶାଲ ଟ୍ରେନରେ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ୯, ସେଥିରୁ ୩ କୋଚ୍‌ ଡି-୧୫, ୧୬ ଏବଂ ୧୭ ଏବେ ଅଣସଂରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03233/03234 ରାଜଗୀର-ଦାନାପୁର-ରାଜଗୀର ସ୍ପେଶାଲ ଟ୍ରେନରେ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ରହିଛି ୧୯, ସେଥିରୁ ୪ କୋଚ୍‌ ଡି-୧୬, ୧୭, ୧୮ ଏବଂ ୧୯ ଏବେ ଅଣସଂରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03243/03244 ପାଟନା-ଭଭୁଆ ରୋଡ୍‌-ପାଟନା ସ୍ପେଶାଲ ଟ୍ରେନରେ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ୨୨, ଯେଉଁଥିରୁ ୪ କୋଚ୍‌ ଡି-୧୯, ୨୦, ୨୧ ଏବଂ ୨୨ ଏବେ ଅଣସଂରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03249/03250 ପାଟନା-ଭଭୁଆ ରୋଡ୍‌-ପାଟନା ସ୍ପେଶାଲ ଟ୍ରେନରେ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ୧୩ ରହିଛି। ସେଥି ମଧ୍ୟରୁ ୩ କୋଚ୍‌ ଡି-୧୧, ୧୨ ଏବଂ ୧୩ ଏବେ ଅଣସଂରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03305/03306 ଧନବାଦ-ଡେହରୀ ଅନ୍‌ ସୋନ-ଧନବାଦ ସ୍ପେଶାଲ ଟ୍ରେନରେ ବର୍ତ୍ତମାନ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ୧୬ ରହିଛି, ସେଥିରୁ ୪ କୋଚ୍‌ ଡି-୧୩, ୧୪, ୧୫ ଏବଂ ୧୬ ଅଣସଂରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03329/03330 ଧନବାଦ-ପାଟନା-ଧନବାଦ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନରେ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ୬, ସେଥିରୁ ୩ କୋଚ୍‌ ଡି-୦୪, ୦୫ ଏବଂ ୦୬ ଏବେ ଅଣସଂରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03347/03348 ପାଟନା-ବରକାକାନା-ପାଟନା ସ୍ପେଶାଲ ଟ୍ରେନରେ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ୪, ସେଥିରୁ ୩ କୋଚ୍‌ ଡି-୦୨, ୦୩ ଏବଂ ୦୪ ଏବେ ଅଣସଂରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03349/03350 ପାଟନା-ସିଙ୍ଗରୌଲୀ-ପାଟନା ସ୍ପେଶାଲ ଟ୍ରେନରେ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ୪, ସେଥିରୁ ୩ କୋଚ୍‌ ଡି-୦୨, ୦୩ ଏବଂ ୦୪ ଏବେ ଅଣସଂରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 05549/05550 ଜୟନଗର-ପାଟନା-ଜୟନଗର ସ୍ପେଶାଲ ଟ୍ରେନରେ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ୯ ରହିଛି, ସେଥିରୁ ୩ କୋଚ୍‌ ଡି-୦୭, ୦୮ ଏବଂ ୦୯ ଏବେ ଅଣସଂରକ୍ଷିତ ଶ୍ରେଣୀର ହେବ।

• ଗାଡ଼ି ସଂଖ୍ୟା 03331/03332 ଧନବାଦ-ପାଟନା-ଧନବାଦ ଇଣ୍ଟରସିଟି ସ୍ପେଶାଲ ଟ୍ରେନରେ ଆରକ୍ଷିତ ସାଧାରଣ ଶ୍ରେଣୀର କୋଚ୍‌ ସଂଖ୍ୟା ୬, ସେଥିରୁ ୩ କୋଚ୍‌ ଡି-୦୪, ୦୫ ଏବଂ ୦୬ ଏବେ ଅଣସଂରକ୍ଷିତ ଶ୍ରେଣୀର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.