Below header

ଡିଆରଡିଓ ତଥ୍ୟ ଲିକ୍ ମାମଲା: ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ; ଇଞ୍ଜିନିୟରିଂ କର୍ମଚାରୀଙ୍କୁ ଫଶାଇଥିଲା ରହସ୍ୟମୟୀ ମହିଳା

ଚାନ୍ଦିପୁର (କେନ୍ୟୁଜ): ବହୁଚର୍ଚ୍ଚିତ ଚାନ୍ଦିପୁର ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ନୂଆ ଟ୍ଵିଷ୍ଟ । ଓଡ଼ିଶା ପରେ ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ । ଯୋଧପୁରର ଜଣେ ଚତୃର୍ଥ ଶ୍ରେଣୀ କର୍ମଚାରୀ ଯୁବକଙ୍କୁ ଫାସରେ ପକାଇଛି ମହିଳା । ମିଲେଟ୍ରି ଇଂଜିନିୟରିଂ ସର୍ଭିସର ହେଉଛନ୍ତି ଯୁବକ। ଏନେଇ ୧୫ ଅକ୍ଟୋବରରେ ମାମଲା ହୋଇଥିଲା । ଓଡ଼ିଶା କ୍ରାଇମବ୍ରାଞ୍ଚକୁ ଯୋଗାଯୋଗ କରିଛି ରାଜସ୍ଥାନ ସିଆଇଡି । ସେହିପରି ୩୮ ହଜାର ଟଙ୍କାର ତଥ୍ୟ ବି ମିଳିଛି ।

ସୂଚନା ମୁତାବକ, ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ ଜାଲରେ ଫସାଯାଇଛି । ତେବେ ଏହି ହନିଟ୍ରାପ ଗତ ୧୫ ତାରିଖରେ କରାଯାଇଥିବା ନେଇ ସିଆଇଡିକୁ ମିଳିଛି ସୂଚନା । ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଛି । ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କ ଟଙ୍କା ନେଣଦେଣ ନେଇ ରିପୋର୍ଟ ମଧ୍ୟ ହସ୍ତଗତ ହୋଇଛି । ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏଜେନ୍ସିରୁ ୨୪ ହଜାର ଟଙ୍କା ଟ୍ରାଞ୍ଜାକ୍ସନ କରାଯାଇଛି । । ତେବେ ଅବଶିଷ୍ଟ ୧୪ ହଜାର ଟଙ୍କାର ଟ୍ରାଞ୍ଜାକ୍ସନ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଥିବା ଜଣାପଡ଼ିଛି । ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.