ଜୋରଦାର ଚାଲିଛି ‘ଦାଦାବଟିକୁ ନାଁ’ ଅଭିଯାନ: କମିଶନରେଟ ପୋଲିସ ହାତରେ ଧରାପଡିଲେ ୫ ଦଲାଲ ସାମ୍ବାଦିକ ଓ ଜଣେ ଡ୍ରାଇଭର

ଭୁବନେଶ୍ବର: ପାର୍ବଣ ସମୟରେ ଜୋରଦାର ଚାଲିଛି ‘ଦାଦାବଟିକୁ ନାଁ’ ଅଭିଯାନ। କମିଶନରେଟ ପୋଲିସ ହାତରେ ଧରାପଡିଛନ୍ତି ୫ ଦଲାଲ ସାମ୍ବାଦିକ ଓ ଜଣେ ଡ୍ରାଇଭର। ବିଭିନ୍ନ ୱେବ ପୋର୍ଟାଲରେ କାମ କରନ୍ତି ଏହି ସାମ୍ବାଦିକମାନେ। ବଟି ନ ଦେଲେ ପୋଲିସ ଡାକି ଗିରଫ ପାଇଁ ଧମକ ଦେଉଥିଲେ।

ଲୋକଙ୍କୁ ଧମକ ଦେଇ ୧ଲକ୍ଷ ୬୪ହଜାର ନେଇଥିଲେ ଏହି ଦଲାଲମାନେ । ଫୋନ୍‌ ପେ ଜରିଆରେ ଟଙ୍କା ନେଉଥିଲେ। ତମାଣ୍ଡୋରେ ଘିଅ କମ୍ପାନୀ ମାଲିକଙ୍କୁ ବଟି ମାଗୁଥିବାବେଳେ ଏମାନଙ୍କୁ ଗିରଫ କରିଛି ପୋଲିସ୍। ସେମାନଙ୍କ ନିକଟରୁ କ୍ୟାମେରା, ବୁମ୍‌, କାର୍‌ ସହ ୨୪ ହଜାର ଟଙ୍କା ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.