ମାଲକାନଗିରି: ଗଡଚରୋଲି ଖୋବ୍ରାମେଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର, ଟପ୍ ମାଓନେତା ଭାସ୍କର ସହିତ ୫ମୃତ
ମାଲକାନଗିରି: ଟଳିପଡିଲେ ୫ ମାଓବାଦୀ । ପୋଲିସ ଏନକାଉଣ୍ଟରରେ ଟପ୍ ମାଓନେତା ଭାସ୍କର ନିହତ । ସେ ମାଓବାଦୀଙ୍କ ଗଡଚରୋଲି ଡିଭିଜନ କମିଟିର ସଂପାଦକ ଭାବେ କାମ କରୁଥିଲା। ଭାସ୍କର ନାଁରେ ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ୪୧ଜଣ ସୁରକ୍ଷାକର୍ମୀ ହତ୍ୟା ଘଟଣାରେ ସାମିଲ ଥିଲା।
ଗତକାଲି ଗଡଚରୋଲି ଖୋବ୍ରାମେଡା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ମୃତ ୫ ମାଓବାଦୀଙ୍କ ମଧ୍ୟରୁ ଟିପାଗଡାଦଲମର ଡେପୁଟି କମାଣ୍ଡର ଶୁକଦେବ ନାଁରେ ୧୦ଲକ୍ଷ ଓ ମହିଳା ମାଓବାଦୀ ସୁଜାତା ନାଁରେ ୧୫ଲକ୍ଷ ଟଙ୍କା ଥିଲା। ସୁଜାତା ପ୍ଲାଟୁନ୍ କମାଣ୍ଡର ଥିଲା। ମୃତଦେହ ନିକଟରୁ ୫ଟି ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।