Below header

ରିଷିକେଶ ଏମ୍ସ ହସପିଟାଲରୁ ଡିସଚାର୍ଜ ହେଲେ ସମସ୍ତ ୫ ଓଡ଼ିଆ ଶ୍ରମିକ, ଆଜି ରାତି କିମ୍ବା ଆସନ୍ତାକାଲି ଓଡ଼ିଶା ଅଣାଯିବ

ରିଷିକେଶ ଏମ୍ସ ହସପିଟାଲରୁ ଡିସଚାର୍ଜ ହେଲେ ସମସ୍ତ ୫ ଓଡ଼ିଆ ଶ୍ରମିକ । ସମସ୍ତ ଶ୍ରମିକଙ୍କୁ ଦିଲ୍ଲୀ ନିଆଯାଉଛି ।

ରିଷିକେଶ ଏମ୍ସ ହସପିଟାଲରୁ ଡିସଚାର୍ଜ ହେଲେ ସମସ୍ତ ୫ ଓଡ଼ିଆ ଶ୍ରମିକ । ସମସ୍ତ ଶ୍ରମିକଙ୍କୁ ଦିଲ୍ଲୀ ନିଆଯାଉଛି । ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ସେମାନଙ୍କୁ ଓଡ଼ିଶା ଅଣାଯିବା ନେଇ ସୂଚନା ମିଳିଛି । ରାଜ୍ଯ ସରକାରଙ୍କ ଅଧିକାରୀ ଶ୍ରମିକଙ୍କୁ ସୁରକ୍ଷିତ ଓଡ଼ିଶା ପହଞ୍ଚାଇବେ ।

ଟନେଲରୁ ଉଦ୍ଧାର ପରେ ସମସ୍ତ ଶ୍ରମିକଙ୍କୁ ସ୍ବାସ୍ଥ୍ୟ ପରିକ୍ଷା ପାଇଁ ରିଷିକେଶ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ସମସ୍ତ ଶ୍ରମିକଙ୍କୁ ମେଡିକାଲ କ୍ଲିୟରାନସ ପ୍ରଦାନ କରାଯାଇଛି ।

ନଭେମ୍ବର ୧୨ତାରିଖ ଭୋରରେ ଭୁଶୁଡ଼ି ପଡ଼ିଥିଲା ଉତ୍ତରାଖଣ୍ଡର ଉତ୍ତରକାଶୀ ଠାରେ ସିଲ୍କୟାରା- ବାରକୋଟ ନିର୍ମାଣାଧୀନ ଟନେଲ। ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିଲେ ୪୧ ଶ୍ରମିକ। ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ୫ ଜଣ ଶ୍ରମିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.