୧୫ ଘଣ୍ଟା ପରେ ମିଳିଲା ପତ୍ତା, ଆନ୍ଧ୍ରପ୍ରଦେଶରେ ନିଖୋଜ ୫ ଓଡ଼ିଶା ମତ୍ସ୍ୟଜୀବୀ ଠାବ

୧୫ ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରୁ ଠାବ ହେଲେ ଅପହୃତ ଓଡ଼ିଶା ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ଥିବାରୁ ସେମାନେ କୂଳରେ ପହଞ୍ଚି ପାରି ନାହାନ୍ତି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ୍ ଏସଡିପିଓ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୋଲିସ୍ ଓ ଗାଁର କିଛି ମତ୍ସ୍ୟଜୀବୀ ଉପସ୍ଥିତ ଅଛନ୍ତି ।

ଛତ୍ରପୁର(କେନ୍ୟୁଜ୍): ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରୁ ଠାବ ହେଲେ ଅପହୃତ ଓଡ଼ିଶା ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ଥିବାରୁ ସେମାନେ କୂଳରେ ପହଞ୍ଚି ପାରି ନାହାନ୍ତି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ୍ ଏସଡିପିଓ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୋଲିସ୍ ଓ ଗାଁର କିଛି ମତ୍ସ୍ୟଜୀବୀ ଉପସ୍ଥିତ ଅଛନ୍ତି ।

ଗତକାଲି ସାନ ଆର୍ଯ୍ୟପଲ୍ଲୀ ଗାଁର ୧୯ଜଣ ମତ୍ସ୍ୟଜୀବୀ ସକାଳେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ୫ଜଣକୁ ଅପହରଣ କରି ଅଟକ ରଖିଥିଲେ ଆନ୍ଧ୍ର ମତ୍ସ୍ୟଜୀବୀ । ଦୁଇଟି ଡଙ୍ଗାରେ ୧୯ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନୋ ଫିସିଂ ଜୋନରେ ମାଛ ମାରୁଥିବା ବେଳେ ଏହାକୁ ବିରୋଧ କରିଥିଲେ ଆନ୍ଧ୍ର ମତ୍ସ୍ୟଜୀବୀ । ପରେ ଏହାକୁ ନେଇ ବଚସା ହୋଇଥିଲା ା ୫ଜଣ ମତ୍ସ୍ୟଜୀବୀଂକୁ ଜୋର ଜବରଦସ୍ତ ଏକ ଟ୍ରଲରେ ଅପହରଣ କରି ନେଇଥିଲେ । ଅପହରଣ ହୋଇଥିବା ୫ ମତ୍ସ୍ୟଜୀବୀ ହେଲେ କେ ବାବାଜୀ, ଏନ୍ କାମେୟା, ବି, ମୋହନ, ଜି ଏରେୟା ଓ ଜି ଜାଙ୍ଗାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.