ପୁରୀରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ! ଅଭିଯୁକ୍ତକୁ ଧରିବାକୁ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ

ପୁରୀ(କେନ୍ଯୁଜ୍): ପୁରୀରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଧରିବାକୁ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି। ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

ଗତକାଲି ଟାଉନ ଥାନା ଅଧିନ ସିଦ୍ଧବକୁଳ ଲେନ୍‌ରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଗୁରୁତର ଅବସ୍ଥାରେ ନାବାଳିକାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ଥିବାବେଳେ ପୁରୀ ଏସପିଙ୍କ ସହ ଥାନା ଅଧିକାରୀ ନାବାଳିକା ଘରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.