ପରିକ୍ରମା ପ୍ରକଳ୍ପ: ସମୀକ୍ଷା ପରେ ଡିସେମ୍ବର ୧୫ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଲେ 5T ଅଧ୍ୟକ୍ଷ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ଠାରୁ ଅବଗତ ହୋଇଥିବା ବେଳେ ଡିସେମ୍ବର ୧୫ ତାରିଖ ସୁଦ୍ଧା କାର୍ଯ୍ୟ ଶେଷ ନେଇ ଦେଇଥିବା ସମୟ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଆଜି ଭୋର ୪ଟା ୩୦ରୁ ପୁରୀ ଗସ୍ତରେ ଆସି ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ମନ୍ଦିର ଚାରିପାଖ ବୁଲି ଦେଖିବା ସହ ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଭି.କେ ପାଣ୍ଡିଆନ୍।

ଏହାସହ ପୁନରୁଦ୍ଧାର ସମୟରେ ମଠ ଗୁଡିକର ଇତିହାସ ଓ ପରମ୍ପରା କୁ ଗୁରୁତ୍ଵ ଦେଇ ସମସ୍ତ ଭାଗୀଦାର ମାନଙ୍କ ସହଯୋଗରେ କାମ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀ ମାନେ ଯେପରି ସୁବିଧାରେ ମନ୍ଦିରରେ ପହଞ୍ଚି ପାରିବେ ସେଥିପାଇଁ ମନ୍ଦିର ସହ ସଂଯୁକ୍ତ ରାସ୍ତା କୁ ଅବରୋଧ ମୁକ୍ତ ରଖିବା ପାଇଁ କହିଥିଲେ। ଏହାପରେ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସେଣ୍ଟରକୁ ଯାଇ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଭି.କେ ପାଣ୍ଡିଆନଙ୍କ ସହ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ତ୍ତ ବିଭାଗ ସଚବ, ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ , ଓବିସିସି ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।