ଟିମ୍ ଇଣ୍ଡିଆକୁ ଝଟକା : ବିଶ୍ୱକପରୁ ହାର୍ଦ୍ଦିକ ପାଣ୍ଡ୍ୟା ବାଦ୍, ଆହତ ଯୋଗୁ ଖେଳିବେନି ଅବଶିଷ୍ଟ ମ୍ୟାଚ

ଟିମ୍ ଇଣ୍ଡିଆକୁ ଝଟକା । ବିଶ୍ବକପରୁ ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆହତ କାରଣରୁ ସେ ବାଦ ପଡିଛନ୍ତି । ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କର ଲିଗାମେଣ୍ଟରେ ଗୁରୁତର ସମସ୍ୟା ହୋଇଛି ।

(କେନ୍ୟୁଜ): ଟିମ୍ ଇଣ୍ଡିଆକୁ ଝଟକା । ବିଶ୍ବକପରେ ଖେଳି ପାରିବେନି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆହତ କାରଣରୁ ସେ ବାଦ ପଡିଛନ୍ତି । ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ଗୋଇଠି ଲିଗାମେଣ୍ଟରେ ଗୁରୁତର ସମସ୍ୟା ହୋଇଛି । ଯେତିକି ଅନୁମାନ କରାଯାଉଥିଲା ତାଠାରୁ ଅଧିକ ଆଘାତ ଲାଗିଛି । ପାଣ୍ଡ୍ୟା ଏବେ ବେଙ୍ଗାଳୁରୁ ସ୍ଥିତ ନ୍ୟାସନାଲ୍ କ୍ରିକେଟ ଏକାଡେମୀରେ ଚିକିତ୍ସାଧୀନ ଅଛନ୍ତି । ପାଣ୍ଡ୍ୟାଙ୍କ ସ୍ଥାନରେ ବିଶ୍ବକପ୍ ଦଳରେ ସାମିଲ ହୋଇଛନ୍ତି ପ୍ରସିଦ୍ଧ କ୍ରିଷ୍ଣା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.