Below header

ସମ୍ବଲପୁରରେ 5T ଅଧ୍ୟକ୍ଷ: ମା’ ସମଲେଇଙ୍କ ଦର୍ଶନ ପରେ ମହାନଦୀ ମାରାଥନର କଲେ ଶୁଭାରମ୍ଭ

ସମ୍ବଲପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।  ଆଜି ସକାଳୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ । ପ୍ରଥମେ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ । ଏହାପରେ ମନ୍ଦିର ପରିସର ବୁଲି ଦେଖିବା ସହ ଉନ୍ନତିକରଣ ନେଇ ଟ୍ରଷ୍ଟ ବୋର୍ଡ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଆଜି ସକାଳୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ। ପ୍ରଥମେ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ପରିସର ବୁଲି ଦେଖିବା ସହ ଉନ୍ନତିକରଣ ନେଇ ଟ୍ରଷ୍ଟ ବୋର୍ଡ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ ।

ପରେ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୀମସାର ସୁପରିଟେଣ୍ଡେଣ୍ଟ ଓ ଅନ୍ୟ କର୍ମଚାରୀଙ୍କ ସହ ସମୀକ୍ଷା କରିଛନ୍ତି । ଏହାପରେ ଭୀମସାର ଷ୍ଟାଡିୟମରେ ପହଞ୍ଚିଥିଲେ କାର୍ତ୍ତିକ ପାଣ୍ଡିଆନ । ସେଠାରେ କିଛି ସମୟ କ୍ରିକେଟ ଖେଳିଥିଲେ । ଏହାସହ ଜିଲ୍ଲାର ସ୍ପୋର୍ଟସ ଓ ଆଥଲେଟିକ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ । ସାରା ଦିନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ସହ କେନ୍ଦୁପତ୍ର ତୋଳାଳିଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.