ମାଲକାନଗିରି ଗସ୍ତର ଦ୍ୱିତୀୟ ଦିନ: ସ୍ୱାଭିମାନ ଅଞ୍ଚଳର ଗ୍ରାଉଣ୍ଡ ଜିରୋରେ ବିକାଶ ସମୀକ୍ଷା କଲେ ଭି.କେ ପାଣ୍ଡିଆନ୍

ସକାଳେ ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁ ଗସ୍ତ କରି ଅନୁଧ୍ୟାନ କରିଛନ୍ତି । ଆଜି ଚିତ୍ରକୋଣ୍ଡା ସହ ମୋଟୁ ଓ କାଲିମେଳା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ ଭି. କେ. ପାଣ୍ଡିଆନ୍‌ ।

ମାଲକାନଗିରି (କେନ୍ୟୁଜ): କେତେ ବାଟ ଆଗେଇଛି ମାଲକାନଗିରିର ବିକାଶ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍‌ । ତାଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ମାଲକାନଗିରି ଯାଇଛନ୍ତି । ସେମାନଙ୍କ ଗସ୍ତର ଆଜି ଦ୍ୱିତୀୟ ଦିନ । ସକାଳେ ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁ ଗସ୍ତ କରି ଅନୁଧ୍ୟାନ କରିଛନ୍ତି । ଆଜି ଚିତ୍ରକୋଣ୍ଡା ସହ ମୋଟୁ ଓ କାଲିମେଳା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ ଭି. କେ. ପାଣ୍ଡିଆନ୍‌ । ଗତକାଲି ସ୍ୱାଭିମାନ ଅଞ୍ଚଳରେ ରାତ୍ରି ରହଣୀ କରିଥିଲେ ରାଜ୍ୟର ଟପ୍‌ ଅଫିସର । ହେନ୍ତାଳଗୁଡା ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।

ଗତକାଲି ଗସ୍ତର ପ୍ରଥମ ଦିନରେ ମାଥିଲିରେ ପହଞ୍ଚି ଶିବସାଗର ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ । ସପ୍ତଧାରା ଜଳପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବି କରିଛନ୍ତି ଫାଇଭ୍‌ ଟି ସଚିବ । ସେହିଭଳି ଅଧାରେ ଅଟକିଥିବା ରେଳ ଲାଇନ ପାଇଁ ଆବଶ୍ୟକ ଜମି ହସ୍ତାନ୍ତର ପ୍ରକ୍ରିୟା ଓ ରେଳ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଦୁର୍ଗମ ବଣ୍ଡାଘାଟିର ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡ ବୁଲି ଦେଖିଥିଲେ ଫାଇଭ ଟି ସଚିବ । ଏହି ପର୍ଯ୍ୟଟନ ସ୍ଥଳୀର ଅଧିକ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.