ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ, ଘରୋଇ କଳିରୁ ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
ପାରିବାରିକ ବିବାଦକୁ ନେଇ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ବାମୀ।ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା।

ଜଳେଶ୍ବର (କେନ୍ୟୁଜ): ମଦ୍ଯପ ସ୍ବାମୀର ଉନ୍ମତ୍ତ କାଣ୍ତ। ପାରିବାରିକ ବିବାଦକୁ ନେଇ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା।
ଗତକାଲି ରାତିରେ ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମର ଦୁର୍ଗା ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ମଧ୍ଯ ରେ କୌଣସି କଥାକୁ ନେଇ ପାଟିତୁଣ୍ତ ହୋଇଥିଲା। ଏହା ପରେ ନିଶାସକ୍ତ ଅବସ୍ଥାରେ ଥିବା ସ୍ବାମୀ ଦୁର୍ଗା ସ୍ତ୍ରୀ ମଞ୍ଜୁଲତାଙ୍କୁ ଠେଙ୍ଗାରେ ନିସ୍ତୁକ ପିଟି ଥିଲେ। ଏହା ପରେ ଘଟଣା ସ୍ଥଳରେ ମଞ୍ଜୁଲତାଙ୍କ ମୃତ୍ଯୁ ହୋଇ ଯାଇଥିଲା। ପାଟିତୁଣ୍ତ ଶୁଣି ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀ ଦୁର୍ଗା ମୁର୍ମୁଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ରାଇବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଗା ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।