ବର୍ଷଟିଏ ପ୍ରତିକ୍ଷାର ଅନ୍ତ ହେଲା ଏମିତି : ହଜିଲା ଝିଅ ଫେରିବା ବେଳକୁ ମା’ ଚାଲିଯାଇଥିଲା ଆର ପାରିକୁ

ଗୋଟିଏ ବର୍ଷ ତଳେ ଠିକ୍‌ ସେ କଥା କହିପାରୁନଥିବା ୬ ବର୍ଷର ଶିଶୁଟି ହଜି ଯାଇଥିଲା ରେଳ ଷ୍ଟେସନରେ । ନା କହିପାରୁଥିଲା ବାପାର ନାଁ କି ମା’ର ନାମ । ଚାଇଲ୍ଡ ଲାଇନ ପିଲାଟିକୁ ଉଦ୍ଧାର କରି ‘ସାହା’ (ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର)କୁ ହସ୍ତାନ୍ତର କରି ପିଲାଟିର ଠିକଣା ସନ୍ଧାନରେ ଲାଗିଥିଲା । ଠିକଣା ମିଳିଲା ଯେ ହେଲେ ମା’ ଆଉ ନଥିଲା ଝିଅକୁ ପାଇ ଖୁସି ହେବା ପାଇଁ । ଝିଅକୁ ଖୋଜି ଖୋଜି ମା’ ସବୁଦିନ ପାଇଁ ଆଖି ବୁଜି ସାରିଥିଲା ।

ଏଭଳି ଘଟଣା ଘଟିଥିଲା ଗତ ବର୍ଷ ୧୫ମାର୍ଚ୍ଚ ପଶ୍ଚିମବଙ୍ଗର ଖଡଗପୁର ରେଷ୍ଟେସନରେ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପଶ୍ଚିମ ବଙ୍ଗରୁ ଗୋଟିଏ ତିନିବର୍ଷର ଝିଅ ପହଞ୍ଚିଥିଲା । ସେ କଥା କହିପାରୁ ନଥିବାରୁ ଆରପିଏଫ ପାଇବା ପରେ ରେଷ୍ଟେସନରେ ଥିବା ଚାଇଲ୍ଡ ଲାଇନର ହସ୍ଥାନ୍ତର କରିଥିଲା । ସେଠାରୁ ଝିଅଟି ପଶ୍ଚିମ ମେଦିନାପୁର ଜିଲ୍ଲାର ଶିଶୁ ମଙ୍ଗଳ କମିଟି ପାଖକୁ ପହଞ୍ଚିଥିଲା । ଯେହେତୁ ୬ବର୍ଷରୁ କମ ବୟଷର ଶିଶୁଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର (ସାହା) ହେପାଜତରେ ରଖାଯାଏ ସାହା ପୋଷ୍ୟ କେନ୍ଦ୍ରରେ ଝିଅଟିକୁ ରଖାଯାଇଥିଲା ଏବଂ ନାମକରଣ କରାଯାଇଥିଲା ମୋପନ୍ନା । କିନ୍ତୁ ଝିଅଟିର ନା ହେଉଛି ଭବାନୀ ଏବଂ ପାରଳାଖେମୁଣ୍ଡିର ବୋଲି ଜଣାପଡିଥିଲା ଚାଇଲଡଲାଇନର ଅନୁସନ୍ଧାନ ପରେ ।

ଉକ୍ତ ଅନୁସନ୍ଧାନର ଗୋଟିଏ ସୁରାଖ ଥିଲା ଝିଅଟି ଓଡିଆ କହୁଛି ଓ ପାରଳାଖମେୁଣ୍ଡି ନାମ ନେଉଛି । କିନ୍ତୁ ପାରଳାଖେମୁଣ୍ଡିର ନାମ ମଧ୍ୟ ସଠିକ ଭାବେ ନେଇ ପାରୁନଥିଲା । ବହୁଦିନ କିଛି କହିପାରୁନଥିବା ଝିଅକୁ ତାର ଠିକଣାରେ ପହଞ୍ଚାଇବା ପାଇଁ ଦିନରାତି ଏକ କରିଥିଲା ଚାଇଡଲାଇନ । କିନ୍ତୁ ଠିକଣା ଜଣା ପଡିବା ସମୟରେ ଝିଅର ମାଁ ଆଉ ଜୀବିତ ନଥିଲା ଯାହାର ମୃତ୍ୟୁ ପଶ୍ଚିମବଙ୍ଗରେ ହୋଇସାରିଥିଲା । କିନ୍ତୁ ବାପା ଜୀବିତ ଥିବା ଖବର ଜାଣିବା ପରେ ଝିଅକୁ ବାପା ପାଖରେ ପହଞ୍ଚାଇବା ପାଇଁ ପଶ୍ଚିମ ବଙ୍ଗରୁ ପୋଲିସ, ସାଆ, ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟିର ଏକ ଟିମ ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ଅଦିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।

ତେବେ ଝିଅଟିର ବାପ ମଦ୍ୟପ ହୋଇଥିବାରୁ ଜିଲ୍ଲାପ୍ରଶାସନ ଚିନ୍ତାରେ ପଡିଥିବା ବେଳେ ବାପ ଯଦି ଝିଅକୁ ଗ୍ରହଣ ନକଲେ ସରକାରୀ ପକ୍ରିୟା ଅନୁସାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ସାଆ ଗୃହରେ ରଖିବ ବୋଲି ଜଣାପଡିଛି । ତେବେ ସରକାରଙ୍କ ଶିଶୁ ରକ୍ଷା ଓ ସୁରକ୍ଷ ବ୍ୟବସ୍ଥା ପାଇଁ ଗୋଟିଏ ଜୀବନ ବଞ୍ଚିପାରିଛି ତାହା ପୁଣି ଅନ୍ୟ ରାଜ୍ୟର କଥା କହି ପାରୁନଥିବା ଶିଶୁ କନ୍ୟାର । ଏବେ ସେ ନିଜ ଜନ୍ମମାଟିକୁ ଫେରିଛି । ତେବେ ଆଖି ମିଟି ମିଟି କରି କ୍ୟାମେରା ଲେନ୍ସକୁ ଦେଖୁଥିବା ଭବାନୀ ତିନି ବର୍ଷର ଝିଅର ଭବିଷ୍ୟତ ନିଜ ବାପା ଦାଇତ୍ୱ ନେଇ ଗଢୁଛି ନା ପ୍ରସାସନ ଭବାନୀର ଭବିଷ୍ୟତ ଗଢିବାକୁ ଆଗକୁ ବଢିଛି ତାକୁ ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.