ରଖିଦେଲେ ହରି :୧୬ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲେ ୬୦ ବର୍ଷୀୟ ବୃଦ୍ଧ

କରଞ୍ଜିଆ(କେନ୍ୟୁଜ): ୧୬ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲେ ୬୦ ବର୍ଷୀୟ ବୃଦ୍ଧ। ଜୀବିତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି ଅଗ୍ନିଶମ ବିଭାଗ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯଶୀପୁର ଥାନା କେଁଝରା ଗାଁରେ।

ଗତକାଲି ଅପରାହ୍ନରେ କେନ୍ଦୁଝର ସାହାରପଡ଼ାର ରାମଚନ୍ଦ୍ର ଦାସ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ସମୟରେ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସି ପଡିଥିଲେ।

ଆଜି ସକାଳେ ସେହି ରାସ୍ତା ଦେଇ ମହିଳାମାନେ ଯାଉଥିବା ସମୟରେ ବୃଦ୍ଧଙ୍କ ଚିତ୍କାର ଶୁଣିଥିଲେ। କୂଅ ଭିତରେ ବୃଦ୍ଧଙ୍କୁ ପଡିଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ତାଙ୍କ ଛାତି ଓ ଗୋଡରେ ଆଘାତ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.