କାମର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ: ପଞ୍ଚମ ପାଳି ସରକାରକୁ ପୂରିବ ୩ ବର୍ଷ, ସବୁ ବିଭାଗକୁ ଚିଠି..ଶୀଘ୍ର ଦିଅ ରିପୋର୍ଟ

ଭୁବନେଶ୍ବର(କେନ୍ୟୁଜ): ମେ’ ୨୯, ୨୦୧୯ । ପଞ୍ଚମ ଥର ପାଇଁ ରାଜ୍ୟର ନେତୃତ୍ୱ ନେବାକୁ ନବୀନ ନେଇଥିଲେ ଶପଥ । ପ୍ରଥମ ଦିନରେ ହିଁ ମନ୍ତ୍ରୀ, ଅଫିସର ସଭିଙ୍କୁ ଗୋଟିଏ ବାର୍ତ୍ତା ଦେଇଥିଲେ ନବୀନ । ଲୋକଙ୍କ ପାଖକୁ ଯାଅ । ଯାହା ପ୍ରତିଶ୍ରୁତି ଦେଇଛୁଳ ପାଳନ କର । ଏବେ ଏହାର ହିସାବ ମାଗିଛନ୍ତି ନବୀନ ପଟ୍ଟନାୟକ ।

ସବୁ ବିଭାଗକୁ ଚିଠି ପଠାଯାଇଛି । ପ୍ରତିଶ୍ରୁତି କେତେ ପାଳନ କରିଛ, ଶୀଘ୍ର ରପୋର୍ଟ ଦାଖଲ କର । ୨୯ ତାରିଖରେ ବିଜେଡିର ପଞ୍ଚମ ପାଳି ସରକାରଙ୍କୁ ୩ ବର୍ଷ ପୂରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୧୯ରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିର ସମୀକ୍ଷା କରିବେ । କେଉଁ ବିଭାଗ, କେତେ ପ୍ରତିଶ୍ରୁତି ପାଳନ କରିଛି,ତାହା ପରଖିବେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.