ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ ତମ ପ୍ରତିଷ୍ଠା ଦିବସ, ବିଭିନ୍ନ ସଫାରୀ ଓ ବସଷ୍ଟାଣ୍ଡ ଉଦଘାଟନ ନେଇ ରହିଛି କାର୍ଯ୍ୟକ୍ରମ

ନନ୍ଦନକାନନ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ସଜେଇ ହୋଇଛି ନନ୍ଦନକାନନ । ପର୍ଯ୍ୟଟକଙ୍କୁ ନୂଆ ବର୍ଷର ବିଭିନ୍ନ ଭେଟି ଦେବ ପ୍ରାଣୀ ଉଦ୍ୟାନ । ୨୦୨୦ ଜାନୁଆରୀ ୯ ତାରିଖରେ ଧଳା ବାଘୁଣୀ ସ୍ନେହା ଜନ୍ମ ଦେଇଥିବା ୨ଟି ଧଳା ଓ ସାଧାରଣ ବାଘ ଛୁଆର ନାମକରଣ କରାଯିବ ।

ବିଭିନ୍ନ ସଫାରୀ ଓ ବସଷ୍ଟାଣ୍ଡ ଉଦଘାଟନ ନେଇ କାର୍ଯ୍ୟକ୍ରମ ରହିଛି । ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟଅତିଥି ଓ ଜଙ୍ଗଲ ସଚିବ ଡ. ମୋନା ଶର୍ମା, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

କୋଭିଡ କଟକଣା ଭିତରେ ପାଳିତ ହେବ ନନ୍ଦନକାନନର ପ୍ରତିଷ୍ଠା ଦିବସ । କୋଭିଡ ପାଇଁ ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ପ୍ରାଣୀ ଉଦ୍ୟାନ ଅକ୍ଟୋବର ୪ ତାରିଖରେ ଖୋଲିଥିଲା । ରବିବାର ସୁଦ୍ଧା ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ହଜାର ଟପିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.