ରାଜଧାନୀ ଭୁବନେଶ୍ୱର ରଙ୍ଗରୁଟ୍‌ରେ ଯାଞ୍ଚ, ୬୯ଟି ଗାଡ଼ି ଜବତ

ଭୁବନେଶ୍ୱର(କେନ୍ଯୁଜ୍): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ରଙ୍ଗରୁଟରେ ଚାଲିଛି ଟ୍ରାଫିକ ଧରପଗଡ଼ । ୯ଟି ଟିମ୍‌ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି । ୬୯ଟି ଗାଡ଼ି ଜବତ କରାଯାଇଛି । ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରହିବ । ସେହିପରି ରଙ୍ଗରୁଟ୍‌ ଡ୍ରାଇଭିଂ ରୋକିବାକୁ କମିଶନରେଟ ପୋଲିସ ଲଗାଇବାକୁ ଯାଉଛି ସ୍ପାଇକ୍‌ ବାରିଅର । କଟକ-ଭୁବନେଶ୍ୱରରେ ୨୪୨ଟି ରଙ୍ଗ ରୁଟ୍‌ ସ୍ଥାନ ଚିହ୍ନଟ ହୋଇଛି । ଏହା ଭିତରୁ ୩୨ଟି ଅତି ସମ୍ବେଦନଶୀଳ ସ୍ଥାନ । ପ୍ରଥମ ପଯ୍ୟାର୍ୟରେ ରସୁଲଗଡ ସ୍ଥିତ ଏସପ୍ଲାନେଡ୍‌ ମଲ୍‌ ପାଖରେ ପରୀକ୍ଷାମୂଳକ ଭାବେ ଲାଗିବ ସ୍ପାଇକ୍‌ ବାରିଅର । ରଙ୍ଗରୁଟରେ ରଙ୍ଗରୁଟ୍‌ରେ ଗାଡ଼ି ଚଳାଇଲେ ଚକା କଣା ହେବ । ଆସନ୍ତା ମାର୍ଚ୍ଚ ପହିଲାରୁ ପୁଣି କଡାକଡି ହେବ ଟ୍ରାଫିକ୍‌ ନିୟମ । ଉଲ୍ଲଙ୍ଘନକାରୀଙ୍କୁ ଆଉ ନିସ୍ତାର ମିଳିବ ନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.