କୋଭିଡ ମହାମାରୀ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭କୋଟି ୬୨ଲକ୍ଷ ଟଙ୍କା ଦେଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: କୋଭିଡ ମହାମାରୀ ପରିଚାଳନା ପାଇଁ ୩ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର । ପୁରୀକୁ ୨ କୋଟି, ସୁବର୍ଣ୍ଣପୁରକୁ ୧ କୋଟି ଓ ସମ୍ବଲପୁରରୁ ୪ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପୁରୀକୁ କୋଭିଡ ପରିଚାଳନା ପାଇଁ ୧୪ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ ଟଙ୍କା ଦିଆଯାଇଥିଲା । ଏବେ ଆଉ ୨ କୋଟି ମଂଜୁର ହୋଇଛି । ଏହାକୁ ମିଶାଇ ପୁରୀ ଜିଲ୍ଲାକୁ ମୋଟ୍‌ ୧୬ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ ଟଙ୍କା ସହାୟତା ମିଳିଛି ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଦିଆଯାଇଛି । ଏଥିସହ ଜିଲ୍ଲାକୁ କୋଭିଡ ପରିଚାଳନା ପାଇଁ ମିଳିଛି ମୋଟ୍‌ ୩ କୋଟି ୫୦ ଲକ୍ଷ ଟଙ୍କା । ସମ୍ବଲପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିରୁ ମଂଜୁର ହୋଇଛି ୪ କୋଟି ୬୨ ଲକ୍ଷ ୮୦ ହଜାର ୬୯୨ ଟଙ୍କା । ପୂର୍ବରୁ ଜିଲ୍ଲାକୁ ମିଳିଥିଲା ୧୧ କୋଟି ୫୦ ଲକ୍ଷ ଟଙ୍କା । ନୂଆ ଅନୁଦାନକୁ ମିଶାଇ ସମ୍ବଲପୁର ଜିଲ୍ଲାକୁ ମୋଟ ୧୬ କୋଟି ୧୨ ଲକ୍ଷ ୮୦ ହଜାର ୬୯୨ ଟଙ୍କା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.