କଟକ: ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୭ ଗିରଫ

ଗତ ୧୦ତାରିଖ ରାତିରେ ମଙ୍ଗଳାବାଗ ଅଞ୍ଚଳରେ ସୁନା ଦୋକାନ କରିଥିବା ଜଣେ ବ୍ୟବସାୟୀ ମାଲଗୋଦାମ ଓଭରବ୍ରିଜ ଉପରେ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରି ଡକାୟତ ଗ୍ଯାଙ୍ଗ ଲୁଟ କରିଥଲେ।

କଟକ(କେନ୍ୟୁଜ୍):  କଟକରେ ବ୍ୟବସାୟୀଙ୍କ ଠାରୁ ଡକାୟତି ଘଟଣାରେ ୭ ଗିରଫ। ୬ଜଣ ଡକାୟତଙ୍କ ସହ ଲୁଟ ସାମଗ୍ରୀ କିଣିଥିବା ଜଣକୁ ଗିରଫ କରିଛି ମାଲଗୋଦାମ ଥାନା ପୋଲିସ। ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ୨୩ ହଜାର ଟଙ୍କା, ୧୨ ଗ୍ରାମ ସୁନା, ୬ ଟି ମୋବାଇଲ ଫୋନ ଏବଂ ତିନିଟି ଦୁଇ ଚକିଆ ଯାନ ଜବତ କରିଛି ପୋଲିସ। ଗତ ୧୦ତାରିଖ ରାତିରେ ମଙ୍ଗଳାବାଗ ଅଞ୍ଚଳରେ ସୁନା ଦୋକାନ କରିଥିବା ଜଣେ ବ୍ୟବସାୟୀ ମାଲଗୋଦାମ ଓଭରବ୍ରିଜ ଉପରେ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରି ଡକାୟତ ଗ୍ଯାଙ୍ଗ ଲୁଟ କରିଥଲେ। ୭ଲକ୍ଷ ଟଙ୍କାର ଲୁଟ ନେଇ ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ ବ୍ୟବସାୟୀ।

ମାଲଗୋଦାମ ଥାନା ପୋଲିସ ଏବଂ ସ୍ପେଶାଲ ସ୍ୱାଡ ମିଳିତ ଭାବରେ ଏହି ଗ୍ୟାଙ୍ଗକୁ କାବୁ କରିଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ରେହମାନ ଖାନ ଫେରାର ରହିଛି। ସେ ରାଜ୍ୟ ବାହାରକୁ ଚାଲିଯାଇଥିବା କହିଛନ୍ତି କଟକ ଡିସିପି। ଗ୍ୟାଙ୍ଗର ତିନି ଜଣଙ୍କ ନାଁ ରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି। ଲୁଟ କରିବାର କିଛି ଦିନ ପୂର୍ବରୁ ରେକି କରିଥିଲେ ଅଭିଯୁକ୍ତ।…

Leave A Reply

Your email address will not be published.