ସାପ୍ତାହିକ ସଟ୍‌ଡାଉନ୍‌ ଲିଷ୍ଟରେ ସାମିଲ ହେଲା ଆଉ ୭ ଜିଲ୍ଲା

କେନ୍ଯୁଜ୍: ରାଜ୍ୟରେ ଏଣିକି ୧୬ଟି  ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍‌ । ସୂଚନା ମୁତାବକ ୧୦ ଜିଲ୍ଲା ପରେ ଆଉ ୭ ଜିଲ୍ଲାରେ ଶନିବାର ଓ ରବିବାର ହେବ ସଂପୂର୍ଣ୍ଣ ବନ୍ଦ । ରାୟଗଡ଼ା, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡ଼ା, ବଲାଙ୍ଗିର, ବରଗଡ଼ ଓ ଢେଙ୍କାନାଳରେ ଜୁଲାଇ ୩୧ ପର୍ଯ୍ୟନ୍ତ ସପ୍ତାହିକ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏସବୁ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

ଏପଟେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଚଳିତବର୍ଷ କାଉଡିଆଙ୍କ ପ୍ରବେଶ ଉପରେ ନିଷେଧ କରିଛନ୍ତି ଜିଲ୍ଲାପାଳ । ଗତ କିଛ ଦିନରେ ପ୍ରାୟ ୧୦ ହଜାର ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ଫେରିଛନ୍ତି । ସେହିପରି କୋରାପୁଟରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ବରଗଡ଼ ଜିଲ୍ଲା ବରଗଡ଼ ସହର ସମେତ ବରପାଲି, ଅତାବିରା, ବିଜେପୁର, ପଦ୍ମପୁର ସହରାଞ୍ଚଳରେ ସଟ୍‌ଡାଉନ୍‌ ଘୋଷଣ କରିଛନ୍ତି ଜିଲ୍ଲାପାଳ। ତେବେ ସଟ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବାକୁ କଟକଣାରୁ ବାଦ୍‌ ଦିଆଯାଇଛି।

ଲକ୍‌ଡାଉନ୍‌ ୨ ପରେ ୫୦ ଉପରେ କରୋନା ଆକ୍ଟିଭ୍‌ କେସ୍‌ ଥିବା ୧୦ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାକୁ ଜୋନ୍‌ ଓ୍ଵାନରେ ରଖି ସପ୍ତାହିକ ସଟଡାଉନ୍‌ ଜାରି କରିଛନ୍ତି ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.