Below header

ଶ୍ୱଶୁର ଘରକୁ ଫୋନ କଲା ଜ୍ୱାଇଁ, ତୁମ ଝିଅ ଆତ୍ମହତ୍ୟା କରିଛି ଜଲଦି ଆସ, ବାପା ପହଁଚି ଦେଖିଲେ. . .

ନବରଙ୍ଗପୁର (କେନ୍ୟୁଜ୍‌) : ୮ ମାସର ଗର୍ଭବତୀ ନବବିବାହିତାଙ୍କୁ ସ୍ୱାମୀ ହତ୍ୟା କରି ଟାଙ୍ଗୀ ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାରବର୍ଗ l ସ୍ୱାମୀସହିତ ତାଙ୍କ ପରିବାର ଲୋକେ ଫେରାର l ଘଟଣା ଘଟିଛି ପାପଡାହାଣ୍ଡି ବ୍ଲକ ଭୀମା ସାହିରେ l

ଗତବର୍ଷ ଅକ୍ଟବର ମାସ ୦୫ ତାରିଖରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଖୋଲିଗୁଡା ଗ୍ରାମର ଆଲବର୍ଟ ସେକ୍ସପିଅର ବେନିଆ ଡାବୁଗାଁ ଥାନା ଅନ୍ତର୍ଗତ ଘୁଷୁରାମାରୁଗୁଡା ଗ୍ରାମର ତନୁଶ୍ରୀ ନାୟକଙ୍କୁ ପ୍ରେମ ବିବାହ କରିଥିଲେ l ବିବାହର କିଛି ଦିନ ପରେ ଯୌତୁକ ପାଇଁ ଗଣ୍ଡଗୋଳ ଲାଗିରହିଥିଲା l ଫଳରେ ସ୍ୱାମୀ ଓ ସ୍ତ୍ରୀ ପାପଡାହାଣ୍ଡି ସ୍ଥିତ ଭୀମା ସାହିରେ ଏକ ଭଡା ଘରେ ରହୁଥିଲେ l

womenଗତକାଲି କୌଣସି କାରଣରୁ ଗଣ୍ଡଗୋଳ ହେବା ପରେ ସ୍ୱାମୀ ରାତି ୧୨ ଘଣ୍ଟା ସମୟରେ ସ୍ତ୍ରୀ ଘରର ପରିବାରକୁ ଫୋନ କରି ତମ ଝିଅ ଆତ୍ମହତ୍ୟା କରିଛି ବୋଲି କହିଥିଲେ l କିନ୍ତୁ, ଝିଅର ପରିବାର ଆସିବା ବେଳକୁ ସ୍ୱାମୀ ଫେରାର ହୋଇଯାଇଥିଲା l ଫଳରେ ମୃତ ଯୁବତୀର ପରିବାର ଫେରାର ସ୍ୱାମୀ ଓ ପରିବାର ଲୋକଙ୍କ ବିରୁଦ୍ଧରେ ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

ଯୌତୁକ ପାଇଁ ସ୍ୱାମୀ ଓ ତାର ପରିବାର ମିଶି ଝିଅକୁ ହତ୍ୟା କରି ରୋଷେଇ ଘରେ ଟାଙ୍ଗୀ ଦେଇଥିବା ଅଭିଯୋଗ କରିଛନ୍ତି l ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ତଦନ୍ତ ଚଳାଇଛି l ବର୍ତ୍ତମାନ ନବ ବିବାହିତା ୮ ମାସର ଗର୍ଭବତୀ ରହିଥିବା ସୂଚନା ମିଳିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.