ବର୍ଷା ଦିନେ ରୁହନ୍ତୁ ସାବଧାନ୍! ସାପ କାମୁଡାରେ ଆଖିବୁଜିଲା ୮ ବର୍ଷର ନାବାଳକ

କୋରାପୁଟ (କେନ୍ୟୁଜ୍): କୋରାପୁଟରେ ଅଭାବନୀୟ ଘଟଣା । ସାପ କାମୁଡାରେ ନାବାଳକର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଲକ୍ଷ୍ମୀପୁର ଥାନା ପିପଳପଦର ପଂଚାୟତର ସୁତିଗୁଡା ଗ୍ରାମର ୮ ବର୍ଷର ବିଶାଳ ବାଘ। ଗତରାତିରେ ଘରେ ଶୋଇଥିବାବେଳେ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ଲକ୍ଷ୍ମୀପୁର ମେଡିକାଲରେ ବିଶାଳକୁ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟ ଘଟିଥିବା ଜଣାପଡିଛି ।

ରାତିରେ ସମସ୍ତେ ଶୋଇଥିବାବେଳେ ସାପଟି ଘରେ ଭିତରକୁ ପ୍ରବେଶ କରିଥିଲା । ସମସ୍ତେ ଶୋଇଥିବା ବେଳେ ବାଳକଟିକୁ ସାପ କାମୁଡି ଦେଇଥିଲା । ସାପ କାମୁଡିବାପରେ ବିଷ ଜ୍ବାଳାରେ ପିଲାଟି ଚିତ୍କାର କରିବାକୁ ଲାଗିପଡିଥିଲା । କାମୁଡିବା ସ୍ଥାନରେ ରକ୍ତ ବାହରିବା ଦେଖି ପରିବାର ଲୋକେ ଘର ମଧ୍ୟରେ ଖୋଜା ଖୋଜି କରିବା ପରେ ସାପଟି ରହିଥିବା ଦେଖିଥିଲେ । ସାପଟିକୁ ପରିବାର ବର୍ଗ ବାଡେଇ ବାଡେଇ ମାରି ଦେଇଥିଲେ। ତେବେ ଏହି  ଘଟଣାପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.