ଗଞ୍ଜାମ ଜ଼ିଲ୍ଲା ସୀମାନ୍ତରୁ ଅଟୋ ସହ ଗଞ୍ଜେଇ ଜବତ, ଚାରି ଗିରଫ

ମୋହନା(କେନ୍ୟୁଜ୍): ଗଜପତି – ଗଞ୍ଜାମ ଜ଼ିଲ୍ଲା ସୀମାନ୍ତ କନ୍ଧଗଣି ଛକ ନିକଟରୁ ଏକ ଅଟୋ ନଂ OD 07 AF 2874 ରୁ 81 କେଜି ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ମୋହନା ଥାନା ଏସ୍. ଆଇ ଜୋଛନା ରାୟ ପୋଲିସ କର୍ମଚାରୀ ଙ୍କ ସହ ପେଟ୍ରୋଲିଙ୍ଗ କରିବା ବେଳେ ସନ୍ଦେହ ଜନକ ଅବସ୍ଥା ରେ ଅଟୋ ଟିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଥିରେ ୮୧ କେଜି ଗଞ୍ଜେଇ ଥିବା ଜଣାପଡିଥିଲା ।

ଗଞ୍ଜେଇ ଚାଲାଣ ଅଭିଯୋଗ ରେ ପୋଲିସ ମୋହନା ର ସନାତନ ଦଳେଇ, ଅବଦୁଲ୍ ରାହିଲ୍, କେଶରୀଗୁଡା ଗ୍ରାମର ଜୋସୁଆ ଗମାଙ୍ଗ ଏବଂ କିଲୁ ଗମାଙ୍ଗ। ଅଭିଯୁକ୍ତ ମାନଙ୍କ ଠାରୁ ତିନୋଟି ମୋବଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଏନେଇ ମୋହନା ଥାନା କେସ୍ ନଂ 55/22 ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଏବଂ ପରେ ଜେଲକୁ ପଠାଇଦିଆଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୮ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ମୋହନା ପୋଲିସ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.