ଭୟଭୀତ ନୁହେଁ ଲୋକମାନଙ୍କୁ ସଚେତନ ହେବାକୁ ପରାମର୍ଶ, SCBରୁ ଡିସ୍‌ଚାର୍ଜ ହେଲେ ୯ଜଣ ସନ୍ଦିଗ୍ଧ

କଟକ: ଓଡ଼ିଶାରେ ଥମୁନି କରୋନା ଭୟ । ଭୟଭୀତ ନୁହେଁ ଲୋକମାନଙ୍କୁ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । କଟକ ବଡ ମେଡିକାଲର କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା ସମସ୍ତ ୯ଜଣ ସନ୍ଦିଗ୍ଧ ରୋଗୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ଏବେ ଓମାନରୁ ଆସିଥିବା ବ୍ୟକ୍ତି ଜଣଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି । ତାଙ୍କୁ ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ଆଇସୋଲେସନ୍‌ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିବା SCB ମେଡିକାଲର ଜରୁକରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.