୫ଘଣ୍ଟା ପରେ ଉଦ୍ଧାର ହେଲା ଅପହରଣ ହୋଇଥିବା ୯ ବର୍ଷର ଶିଶୁପୁତ୍ର

ବରଗଡ଼(କେନ୍ଯୁଜ୍): ଉଦ୍ଧାର ହେଲା ଅପହରଣ ହୋଇଥିବା ୯ ବର୍ଷର ଶିଶୁପୁତ୍ର। ୫ଘଣ୍ଟା ପରେ ସ୍କୁଲ ସମ୍ମୁଖରୁ ଉଦ୍ଧାର କରାଯାଇଛି। ଅପହରଣ ଅଭିଯୋଗର ୫ ଘଣ୍ଟା ପରେ ବରଗଡ଼ ସିମେଣ୍ଟ ନଗରସ୍ଥିତ ଏକ ବିଦ୍ୟାଳୟ ସମ୍ମୁଖ ରାସ୍ତାରୁ ଚାଲି ଚାଲି ଆସୁଥିବା ଦେଖି ସିମେଣ୍ଟ କାରଖାନାର କର୍ମଚାରୀ ଶିଶୁକୁ ଆଣି ଘରେ ଛାଡିଥିଲେ। ପାଖରେ ପୁଅକୁ ପାଇ ପରିବାରବର୍ଗ ବେଶ୍‌ ଖୁସି ଅଛନ୍ତି।

ଗତକାଲି ସନ୍ଧ୍ୟାରେ ଏସିସି ସିମେଣ୍ଟ କାରଖାନାର CSR ମୁଖ୍ୟ ଜମିଲ ଅକତର୍‌ ଖାଁଙ୍କ ପୁଅ ଘର ଆଗରେ ଖେଳୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଅପହରଣକାରୀ ଘଟଣାସ୍ଥଳରେ ଏକ ଚିଠି ଛାଡ଼ି ଯାଇଥିଲେ ।

ଇଂରାଜୀ ଭାଷାରେ ଲେଖାଯାଇଥିବା ଚିଠିରେ ଶିଶୁର ବାପାଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ଦୁର୍ବୃତ୍ତ । ତେବେ ଟଙ୍କାକୁ ନେଇ ଅପହରଣ ନା ଅନ୍ୟ କିଛି କାରଣ ରହିଛି ସେନେଇ ତଦନ୍ତ ଜାରି ରଖିଛି ବରଗଡ଼ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.