ଖସୁଛି ପାରଦ, ବଢୁଛି ଶୀତ: ଆସନ୍ତା ୨ ଦିନ ଧରି ଏହି ୪ ଜିଲ୍ଲାକୁ କୋଲ୍ଡ ୱେଭ୍ ସ୍ଥିତି ଜାରି

ଭୁବନେଶ୍ବର(କେନ୍ଯୁଜ୍): ଖସୁଛି ପାରଦ, ବଢୁଛି ଶୀତ। ଆସନ୍ତା ୨ ଦିନ ଧରି ୪ ଜିଲ୍ଲାରେ ପ୍ରବଳ ଶୀତ ସମ୍ଭାବନା ରହିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଶୀତ ଲହରୀ ସତର୍କତା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୪ ଜିଲ୍ଲାକୁ ଶୀତ ଜନିତ କୋଲ୍ଡ ୱେଭ୍ ସ୍ଥିତି ଜାରି କରାଯାଇଛି।
ରାତିର ତାପମାତ୍ରା ଆଗାମୀ ୨ଦିନରେ ୨ରୁ ୩ଡିଗ୍ରୀ ସେଲସିୟସ କମିବ। ଫୁଲବାଣୀରେ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ଦାରିଙ୍ଗିବାଡିରେ ୮ ଡିଗ୍ରୀ ସେଲସିୟସ୍ ରହିଥିଲା। ରାଜ୍ୟରେ କୌଣସି ପାଣିପାଗର ପ୍ରଭାବ ନଥିବାରୁ ଆଗାମୀ ୫ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ।