ଆଜିଠୁ ଖୋଲିଲା ପୁରୀ ଶ୍ରୀମନ୍ଦିର, ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ପୁରୀ(କେନ୍ଯୁଜ୍): ଖୋଲିଲା ପୁରୀ ଶ୍ରୀମନ୍ଦିର। ତିନିଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ପରେ ଖୋଲିଲା ଶ୍ରୀମନ୍ଦିର। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଆଜି ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ଜମିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଓମିକ୍ରନ୍‌ ସଂକ୍ରମଣ ଆତଙ୍କ ଦେଖାଯାଇଥିବାରୁ ଭକ୍ତମାନେ ବ୍ୟାରିକେଡ଼ ମଧ୍ୟରେ ସାମାଜିକ ଦୂରତ୍ୱ ଓ କୋଭିଡର ସମସ୍ତ ନିୟମ ମାନି ଦର୍ଶନ କରିବାକୁ ନିବେଦନ କରାଯାଇଛି। ମନ୍ଦିର ପ୍ରଶାସନର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ବର୍ଷର ଦୁଇଦିନ ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ଭକ୍ତ ମାନେ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିଥିଲେ।