କୁନି ବୈଜ୍ଞାନିକ ଶୁଭମ, ତିଆରି କରିଛନ୍ତି ପୃଥିବୀର ସବୁଠାରୁ କ୍ଷୁଦ୍ରତମ ଭ୍ୟାକୁମ କ୍ଲିନର

ଚାନ୍ଦବାଲି (କେନ୍ୟୁଜ) : କୁନି ବୈଜ୍ଞାନିକ ଶୁଭମ…ଚମତ୍କାର ପ୍ରତିଭା….ବୟସ ସାନ କିନ୍ତୁ ବୁଦ୍ଧି ଏକଦମ୍‌ ଉଚ୍ଚକୋଟୀର। ଏତେ କମ୍‌ ବୟସରେ କିଛି ବଡ କରିବାର ଆଶା। ଯେଉଁଥିପାଇଁ ଆଜି ତିଆରି କରିପାରିଛନ୍ତି ପୃଥିବୀର ସବୁଠାରୁ କ୍ଷୁଦ୍ରତମ ଭ୍ୟାକୁମ କ୍ଲିନର। ଆଉ ରାଜ୍ୟ ଦେଶ ଏବଂ ଦେଶ ବାହାରୁ ପ୍ରଶଂସା ସାଉଁଟିବା ସହ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି।

ନବମ ଶ୍ରେଣୀର ଛାତ୍ର ଶୁଭମ ରାଉତ । ସବୁଠାରୁ କ୍ଷୁଦ୍ରତମ ଭ୍ୟାକୁମ୍‌ କ୍ଲିନର ତିଆରି କରି ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ରାଉତ ସାହିର ଚାରୁଲତା ଓ ବାଇଧର ରାଉତଙ୍କ ପୁଅ ଶୁଭମ ରାଉତ । ବାପା ଚାଷ କାମ କରନ୍ତି ଆଉ ଅଭାବ ଅନାଟନ ଭିତରେ ଶୁଭମଙ୍କୁ ପାଠ ପଢ଼ାନ୍ତି। ଶୁଭମ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଏତେ ଛୋଟ ବୟସରୁ ସେ ଚମତ୍କାର ପ୍ରତିଭାର ଅଧିକାର ହୋଇପାରିଛନ୍ତି । ଏବେ ସେ ୧.୨୧ ସେଣ୍ଟିମିଟର ଲମ୍ବର ଏକଦମ୍‌ ଛୋଟ ଭ୍ୟାକୁମ୍‌ କ୍ଲିନର ତିଆରି କରି ବେଶ ପ୍ରଶଂସା ସାଉଁଟିଛନ୍ତି।

vacumeନିଜର ଦୃଢ ଇଛା ଶକ୍ତି ଓ ଆଗକୁ ବଢିବାର ଲକ୍ଷ୍ୟକୁ ନେଇ ଶୁଭମ ଆଗକୁ ଆଗକୁ ବଢିବା ସହ ନିଜର ଛୋଟ ଭ୍ୟାକୁମ କ୍ଲିନର ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ , ଏସିଆ ବୁକ ଅଫ ରେକର୍ଡ ଏବଂ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡ ତରଫରୁ ପ୍ରଶଂସା ପତ୍ର ସହ ମେଡାଲ ମଧ୍ୟ ପାଇଛନ୍ତିା ତେବେ ଶଭମଙ୍କର ଏପରି ପ୍ରତିଭା ପାଇଁ ଗାଁ ଲୋକେ ବେଶ ଗର୍ବ ଅନୁଭବ କରୁଛନ୍ତି। କିନ୍ତୁ ଶୁଭମଙ୍କର ଆଗକୁ ବଢିବାର ଇଚ୍ଛା ଥିଲେ ସୁଦ୍ଧା ଅର୍ଥ ସାଜିଛି ପ୍ରତିବନ୍ଧକ। ଅର୍ଥ ଅଭାବରୁ ଆଗକୁ ବଢିପାରୁନାହାନ୍ତି ଶୁଭମ। ତେଣୁ ସରକାର,ପ୍ରଶାସନ କିମ୍ବା କୌଣସି ସଂସ୍ଥା ଅବା କେହି ସହୃଦୟ ବ୍ୟକ୍ତି ଯଦି ଶୁଭମକୁ ସାହାଯ୍ୟର ହାତ ବଢ଼ାନ୍ତେ ତାହେଲେ ଆଗକୁ ଯାଇ ଆହୁରି ଅନେକ ପ୍ରତିଭା ଦେଖାଇପାରନ୍ତେ ଶୁଭମ।

ବଣ ମଲ୍ଲୀ ବଣରେ ଫୁଟି ଝଡି ପଡିବା ଆଗରୁ ସରକାର ଓ ପ୍ରଶାସନର ନଜର ପଡିଲେ ହୁଏତ ଆମ ରାଜ୍ଯ ପାଇଁ ସେ ଆହୁରି ଅନେକ ଗର୍ବ ସାଉଁଟିପାରିବା ସହ ଆଗକୁ ବଢିପାରିବା ତେଣୁ ଶୁଭମଙ୍କୁ ସରକାରୀ ସାହାଯ୍ୟ ମିଳିବାକୁ ନେଇ ଗ୍ରାମବାସୀ ଅନୁରୋଧ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.