ବ୍ୟବସାୟୀଙ୍କ ଭିନ୍ନ ନିଶା, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବାଣ୍ଟି ଚାଲିଛନ୍ତି ମାଗଣାରେ କଲମ ଓ ନାମ ପାଇଛନ୍ତି କଲମ ମଣିଷ

ଗଞ୍ଜାମ ଜିଲ୍ଲା ରମ୍ଭା ବିଜ୍ଞାପିତ ଅଞ୍ଚଳର ବ୍ରଜମୋହନପୁର ସାହିର ସହଦେବ ଗୌଡ଼ । ପେଶାରେ ଜଣେ ବ୍ୟବସାୟୀ ହୋଇଥିବା ବେଳେ କଲମ ମଣିଷ ଭାବେ ବେସ୍‌ ପରିଚିତ । ରମ୍ଭା, ଗଞ୍ଜାମ ଓ ଖଲ୍ଲିକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସେ ଦୀର୍ଘ ବର୍ଷ ଧରି ମାଗଣାରେ କଲମ ବାଣ୍ଟି ଆସୁଛନ୍ତି । ଏମିତିକି ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା କରାଯାଇଥିବା ପିଲାଟିଏ ଗଛଟିଏ ଯୋଜନାର ସଫଳ ରୂପାୟନ ପାଇଁ ସ୍କୁଲ ପିଲାଙ୍କୁ ପେନ୍‌ ଦେବା ସହ ଗଛ ମଧ୍ୟ ବାଣ୍ଟିଥାନ୍ତି । କେବଳ ଯେ କଲମ କି ଗଛ ବାଣ୍ଟନ୍ତି ତାହା ନୁହେଁ, ରମ୍ଭା ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ସଂଗଠନ ଗୁଡ଼ିକ ସହ ମିଶି ସାମାଜିକ କାର୍ଯ୍ୟ କରିଥାନ୍ତି । ସହଦେବଙ୍କ ସମାଜ ପ୍ରତି ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.