ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ଅନୁଷ୍ଠିତ, ଏଥିରେ ଯୋଗ ଦେଇଛନ୍ତି ସଂସ୍କୃତି ପ୍ରେମୀ, ସାଧୁ ସନ୍ଥ ଓ ସୁନାମଧନ୍ୟ ଵ୍ୟକ୍ତି

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ନଈର ଗ୍ରାମ ନିକଟସ୍ଥ ଚିଲିକା ମଧ୍ୟରେ ଏକ କୂଦରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଲୀଳା କ୍ଷେତ୍ର କାଙ୍କଣ ଶିଖରୀରେ ତିନି ଦିନ ଧରି ଚାଲିଥିଲା ବିଶ୍ୱଶାନ୍ତି ମହାଯଜ୍ଞ । ଯଜ୍ଞ ଉତ୍ସବ କାର୍ଯ୍ୟକ୍ରମରେ ପୁରୀ ଶ୍ରୀ ମନ୍ଦିରର ପୂଜାପଣ୍ଡା ଯୋଗ ଦେଇଛନ୍ତି । ଉକ୍ତ କାଯ୍ୟକ୍ରମରେ ବହୁ ସଂକୃତିପ୍ରେମୀ, ସାଧୁ ସନ୍ଥ, ସୁନାମଧନ୍ୟ ଵ୍ୟକ୍ତି ଓ ଶ୍ରଦ୍ଧାଳୁ ଯୋଗ ଦେଇ ମହାପ୍ରଭୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

୩୦୦ଶହ ବର୍ଷ ତଳ ଅଥବା ୧୮୦୦ ମସିହାରେ ମୋଗଲ ସାମ୍ରାଜ୍ୟର ତକେଇ ଖାଁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଦଇତାପତି ମାନେ ମହାପ୍ରଭୁଙ୍କୁ ବ୍ରହ୍ମଗିରି ଦେଇ ନୈାକାରେ ନଇରୀ ଗ୍ରାମକୁ ବିଜେ କରିଥିଲେ । ରାତ୍ରୀ ଜାପନ ପାଇଁ ନଇରୀ ନିକଟ ଚିଲିକା ମଧ୍ୟସ୍ଥ ଏକ କୁଦରେ ମହାପ୍ରଭୁଙ୍କୁ ରଖାଯାଇଥିଲା । ପ୍ରଭୁଙ୍କ ପ୍ରସାଦ ପାଇଁ କୈାଣସି ଖାଦ୍ୟର ବନ୍ଦୋବସ୍ତ ହୋଇ ପାରିନଥିଲା । କିନ୍ତୁ ପ୍ରଭୁଙ୍କ ସ୍ୱପ୍ନାଦେଶ ପରେ ସେହି କୁଦ ମଧ୍ୟ ରେ ଥିବା କଂଟକ ଫଳ (କାଙ୍କଣ) କୁ ପ୍ରସାଦ ରୁପେ ଭୋଗ ଲାଗି କରାଯାଇଥିଲା । କିନ୍ତୁ ମାଦଳା ପାଞ୍ଜି ରେ ଲେଖା ଯାଇଥିଲା କଂଟକ ଫଳ ପ୍ରସାଦ ରେ ବ୍ୟବହାର ହେବନାହିଁ । କିନ୍ତୁ କାଙ୍କଣ ଶିଖରୀ ରେ ମହାପ୍ରଭୁ ବିଜେ ପରେ କାଙ୍କଣକୁ ମହାପ୍ରସାଦ ରେ ବ୍ୟବହାର କରାଯାଉଛି । ଏଣୁ ମହାପ୍ରଭୁଙ୍କ ଗୋପନ ଲିଳାରେ ଏହି ଲିଳା କ୍ଷେତ୍ର ଏକ ଭିନ୍ନ ରୂପେ ପରିଗଣିତ ।

ତେବେ ଏହି ମହାଯଜ୍ଞ ତିନିଦିନ ଧରି ସଂଧ୍ୟାରେ ଚିଲିକା ଆରତି ଅନୁଷ୍ଟିତ ହେବା ସହ ମୁଖ୍ୟ ଦ୍ୱାରରେ ସୁସଜିତ ତୋରଣ ଓ ଏକ ଗୋଶାଳା ନିର୍ମାଣ କରାଯାଇଛି । ଏହି ସବୁ କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ଯଜ୍ଞନୁଷ୍ଠାନ ଆବାହକ ଡ଼ଃ. ସୁଶାନ୍ତ କୁମାର ସାହୁ, ଓ ନଈରି ଗ୍ରାମବାସୀ ସହଯୋଗରେ ଚାଲିଛି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଜଗନ୍ନାଥ ସଂସ୍କୃତି ପାଇଁ କାମ କରୁଥିବା ବହୁ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.