ବାପାର ଛଣାଛଣି ଦୋକାନରେ ଟକମକ ହୋଇ ଫୁଟୁଥିବା ତେଲ କଡେଇରେ ପଡିଗଲା ଝିଅ, ଅଧା ପୋଡିଗଲା 

ଆନନ୍ଦପୁର (କେନ୍ୟୁଜ): ଗରମ ତେଲ ପଡ଼ି ଶିଶୁ ଗୁରୁତର। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖାଲପାଳ ଗ୍ରାମର ସମ୍ବରା ମୁର୍ମୁ ଜଳଖିଆ ତିଆରି ପାଇଁ ତେଲ ଗରମ କରୁଥିଲେ । ଏହି ସମୟରେ ତାଙ୍କ ଝିଅ ପୂର୍ଣ୍ଣିମା ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ତେଲ କଡ଼େଇରେ ପଡ଼ିଯାଇଥିଲେ । ଫଳରେ ଶରୀର ୫୦ ଭାଗରୁ ଉର୍ଦ୍ଧ୍ବ ପୋଡ଼ି ଯାଇଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁସାରେ ଆଜି ସକାଳେ ସମ୍ବରା ମୁର୍ମୁ ନିଜ ଦୋକାନରେ ବ୍ୟସ୍ତ ଥିବା ବେଳେ ତାଙ୍କ ଝିଅ ସକାଳ ପ୍ରାୟ ୮ଟାରେ ଘରୁ ଯାଇ ଦୋକାନରେ ଏକ ବେଞ୍ଚରେ ବସିଥିଲା। ମାତ୍ର ଘରକୁ ଯିବା ପାଇଁ ସମ୍ବରା ଝିଅଟିକୁ କହିଥିଲେ। ଫଳରେ ପିଲାଟି ବେଞ୍ଚରୁ ଓହ୍ଲାଉଥିବା ବେଳେ ଅସାବଧାନତାବଶତଃ ତେଲ କଢ଼େଇରେ ପଡ଼ି ଯାଇଥିଲା। ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ପିଲାଟିକୁ କଢ଼େଇରୁ ବାହାର କରି ଦେଇଥିଲେ। ପିଲାଟିର ଛାତି ଓ ପେଟର ବହୁ ଅଂଶ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ପିଲାଟିକୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତା’ ଅବସ୍ଥା ସ୍ଥିର ଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ତାକୁ ଅନ୍ୟତ୍ର ପଠାଯିବ ବୋଲି ଜଣାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.