କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଳାସପୂର୍ଣ୍ଣ ମହଙ୍ଗା ପ୍ରାଇଭେଟ୍‌ ଜେଟ୍‌! ପ୍ରେମିକା ଜର୍ଜିନାଙ୍କ ସହ ସାଉଦି ଆରବ ଯାଉଥିବାର ଫଟୋ ଭାଇରାଲ

ପର୍ତ୍ତୁଗାଲର ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ନିକଟରେ ସାଉଦି ଆରବର କ୍ଲବ ଅଲ-ନାସରରେ ୨୦୦ ମିଲିୟନ ଡଲାରରେ ଯୋଗ ଦେଇଛନ୍ତି। ସେ ଦୁଇ ବର୍ଷ ପାଇଁ ଏହି କ୍ଲବ ସହିତ ଯୋଡ଼ି ହୋଇଛନ୍ତି। ଏହି ସମୟରେ ସେ ସାଉଦି ଆରବରେ ନିଜ ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗ୍‌ଜଙ୍କ ସହିତ ଅଛନ୍ତି। ତାଙ୍କ ଗାର୍ଲଫ୍ରେଣ୍ଡ ରୋନାଲଡୋଙ୍କ ପ୍ରାଇଭେଟ୍‌ ଜେଟର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଜେଟ୍ ଭିତରେ ଲାଗିଥିବା ଆଲିଶାନ୍‌ ବେଡ୍ ତାଙ୍କ ଫ୍ୟାନ୍‌ମାନଙ୍କୁ ବହୁତ ପ୍ରଭାବିତ କରିଛି।

ତାଙ୍କ ଗାର୍ଲଫ୍ରେଣ୍ଡ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ନିଜ ୫ ବର୍ଷର ଝିଅ ଅଲାନାଙ୍କ ସହ ଗଦି ଉପରେ ଶୋଇଥିବାର ନଜର ଆସିଛନ୍ତି। କିଛି ଫଟୋରେ ସେ ନିଜର ଚମକଦାର ହାର ଏବଂ ମୁଦିଗୁଡ଼ିକୁ ମଧ୍ୟ ଦେଖାଉଛନ୍ତି। ଫଟୋରେ ତାଙ୍କର ସୁନା ଘଣ୍ଟା ମଧ୍ୟ ସ୍ପଷ୍ଟ ଦେଖାଯାଉଛି।

 

View this post on Instagram

 

A post shared by Georgina Rodríguez (@georginagio)

ସେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ମୋ ବିନା @aloyoga ନାହିଁ’। ଏହି କ୍ୟାପସନ୍ ପରେ ସୋସିଆଲ ମିଡିଆରେ ଫ୍ୟାନ୍‌ମାନଙ୍କ କମେଣ୍ଟ ବଢ଼ି ଯାଇଛି। ସେ ଏକ ଫଟୋରେ ନିଜର ଦାମୀ ଚମଡ଼ା ବ୍ୟାଗକୁ ମଧ୍ୟ ଦେଖାଇଛନ୍ତି। ସେ କହିଛନ୍ତି କି, ଏହି ବ୍ୟାଗ୍‌ରେ ସେ ସମସ୍ତ ଆବଶ୍ୟକ ଜିନିଷ ରଖି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.