ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ସମ୍ବଲପୁର (କେନ୍ୟୁଜ): ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲେଜ ଯାଉଥିବା ବେଳେ ଏକ ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଦାର କଲୋନୀର ସୋନାଲ ଭଗତ । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ ପଳାଉଥିଲା । ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ସେପଟେ ଘଟଣାସ୍ଥଳରେ ଉତ୍ତେଜନା ହୋଇଛି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ରାସ୍ତା ଜାମ୍‌ ହଟାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.