Below header

କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ୩ ଘଣ୍ଟା ପରେ ହେଲେ ଉଦ୍ଧାର

ଭୁବନେଶ୍ୱର(କେନ୍ୟୁଜ୍‌) : କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ । ପ୍ରଥମ ବର୍ଷର ଇଞ୍ଜନିୟରିଂ ଛାତ୍ରଙ୍କୁ ଖଣ୍ଡଗିରିରୁ ଅପହରଣ କରି ଜଟଣୀ ନେଇଯାଇଥିଲେ ଅଭିଯୁକ୍ତ । ପ୍ରୀତମ ଷଡ଼ଙ୍ଗୀ ନାମକ ଛାତ୍ରଙ୍କୁ ଏକ ବୁଲେଟରେ ଉଠାଇନେଇଥିଲେ । ଅଭିଯୋଗ ପରେ ଖଣ୍ଡିଗରି ଥାନା ପୋଲିସ ଛାତ୍ରଙ୍କୁ ଉଦ୍ଧାର କରିଥିଲା । ଗତକାଲି ରାତି ସାଢ଼େ ୯ଟାରେ ଅପହରଣ କରିବା ପରେ ରାତି ପ୍ରାୟ ୧୨ଟା ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.