Below header

ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳତା ଉପରେ ଲାଗିଲା କଟକଣା: ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଯାତ୍ରା ଓ ମେଲୋଡ଼ି ମଞ୍ଚରେ ଆଉ ପରିବେଷଣ ହେବନି ଅଶ୍ଲୀଳ ନୃତ୍ୟ । ରାଜ୍ୟ ସରକାରକଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି ହୋଇଛି । ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର ।

ଭୁବନେଶ୍ୱର (କେନ୍ୟୁଜ):  ଯାତ୍ରା ଓ ମେଲୋଡ଼ି ମଞ୍ଚରେ ଆଉ ପରିବେଷଣ ହେବନି ଅଶ୍ଲୀଳ ନୃତ୍ୟ । ରାଜ୍ୟ ସରକାରକଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି ହୋଇଛି । ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି ।

ଏହା ଓଡ଼ିଶାର ଗୌରବମୟ ଓ ସମ୍ଭ୍ରାନ୍ତ ସଂସ୍କୃତିକୁ ଏକ କଦର୍ଯ୍ୟ ରୂପରେ ପରିପ୍ରକାଶ କରୁଛି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ। ତେଣୁ ଯ‌ାତ୍ରା ଓ ମେଲୋଡି ମଞ୍ଚରେ ଏ ପ୍ରକାର ଅଶ୍ଳୀଳ ଓ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କର। ସେହିପରି ଜିଲ୍ଲାରେ ପରିବେଷଣ କରିବାକୁ ଯାଉଥିବା ସମସ୍ତ ଯାତ୍ରା ଓ ମେଲୋଡି ଦଳଙ୍କୁ ଅନୁମତି ପ୍ରଦାନ ସମୟରେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ହେବା ଆବଶ୍ୟକ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.