ଆଗ ଭଳି ହେଉନି ଦୀପ ବିକ୍ରି, ପରିବାର ପ୍ରତିପୋଷଣ ଚିନ୍ତାରେ ଦୀପ କାରିଗର

ଆସନ୍ତା କାଲି ମହା ଶିବରାତ୍ରି ଥିବାରୁ ଗାଁରେ କୁମ୍ଭକାର ପରିବାରମାନେ ଲାଗି ପଡିଛନ୍ତି ଦୀପ ତିଆରି କରିବାରେ। ଗାଁରେ ମହିଳା ଓ ପୁରୁଷମାନେ ନିଜର ଜୀବିକାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଛନ୍ତି। ଆଉ ଗୋଟିଏ ଦିନ ଥିବାବେଳେ ମାଟିରେ ଦୀପ ତିଆରି କରିବାରେ ଲାଗି ପଡିଛନ୍ତି।

ଉଦଳା (କେନ୍ୟୁଜ୍‌ ଓଡ଼ିଶା): ଆସନ୍ତା କାଲି ମହା ଶିବରାତ୍ରି। ସେଥି ପାଇଁ ଦୀପ କାରିଗର ମାନେ ତିଆରି କରୁଛନ୍ତି ଦୀପ । ହେଲେ ଆଗ ଅପେକ୍ଷା ଦୀପ ବିକ୍ରି ହେଉ ନଥିବା ବେଳେ ଚିନ୍ତାରେ ଦୀପ କାରିଗର। କେମିତି ନିଜର ପରିବାର ପ୍ରତିପୋଷଣ କରିବେ ସେନେଇ ଏବେ ଚିନ୍ତାରେ।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଏ ହେଉଛି ପେଡ଼ାଗଡ଼ି ଗ୍ରାମ। ଏହି ଗ୍ରାମ ରେ ୨୦ ରୁ ଉର୍ଦ୍ଧ୍ବ କୁମ୍ଭକାର ପରିବାର ବସବାସ କରନ୍ତି। ଏମାନଙ୍କ ମୁଖ୍ୟ ଜୀବିକା ମାଟିରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରିବା। ଆସନ୍ତା କାଲି ମହା ଶିବରାତ୍ରି ଥିବାରୁ ଗାଁରେ କୁମ୍ଭକାର ପରିବାରମାନେ ଲାଗି ପଡିଛନ୍ତି ଦୀପ ତିଆରି କରିବାରେ। ଗାଁରେ ମହିଳା ଓ ପୁରୁଷମାନେ ନିଜର ଜୀବିକାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଛନ୍ତି। ଆଉ ଗୋଟିଏ ଦିନ ଥିବାବେଳେ ମାଟିରେ ଦୀପ ତିଆରି କରିବାରେ ଲାଗି ପଡିଛନ୍ତି। ତେବେ ବର୍ତ୍ତମାନ କାଠ ଓ କୋଇଲାର ଦର ବୃଦ୍ଧି ଯୋଗୁ କିଛି ପରିବାର ଏହି କୌଳିକ ବୃତ୍ତିକୁ ଛାଡ଼ିବାକୁ ବସିଲେଣି।

ନିଜର ପୂର୍ବ ପୁରୁଷମାନେ ମାଟିରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରୁଥିଲେ ତେବେ ଏହି କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। କିଏ ଦୀପ ତିଆରି କରୁଛି ତ ଆଉ କିଏ ମାଟିରେ ଘୋଡ଼ା ଓ ହାଣ୍ଡି ଆଟିକା ତିଆରି କରୁଛନ୍ତି । ଏହାକୁ ତିଆରି କରି ଉଦଳା ତଥା କପ୍ତିପଦା ହାଟରେ ବିକ୍ରି କରି କିଛି ରୋଜଗାର କରିଥାନ୍ତି। ତେବେ ମାଟିରେ ଦୀପ ପାଇଁ ଲାଗି ପଡିଛନ୍ତି ମହିଳା ଓ ପୁରୁଷମାନେ।

ଏହି କୁମ୍ଭକାର ପରିବାରମାନେ ମାଟିର ମଣିଷ ଭାବେ ପରିଚିତ। ତେବେ କିଛି ବର୍ଷ ହେବ ଏହି କୁମ୍ଭକାର ପରିବାରଙ୍କ ମାଟିରେ ତିଆରି ଜିନିଷ ବିକ୍ରି ହେଉ ନଥିବା କହିଛନ୍ତି । ଏପରିକି ମାଟିର ଦୀପ ଅପେକ୍ଷା ବାହାରୁ ଆସୁଥିବା ଡିଜାଇନର ଦୀପକୁ ଲୋକେ ପସନ୍ଦ କରୁଛନ୍ତି । ତେବେ କିଛି କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତି ଛାଡ଼ିବାକୁ ବସିଲେଣି । ଏମାନଙ୍କୁ କିଛି ସରକାରୀ ପ୍ରୋତ୍ସାହନ ମିଳିଲେ ଏମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.