ସପ୍ତଦିନ ବ୍ୟାପି ଚାଲିଲା ବିଶ୍ୱଶାନ୍ତି ମହାଯଜ୍ଞ, ମା’ଙ୍କ ଦର୍ଶନ ପାଇଁ ଲାଗିଲା ଭକ୍ତଙ୍କ ଭିଡ଼

ଏହି ଅବସରରେ ଅହରାତ୍ର ହରିନାମ , ହରିହାଟ, ସାଧୁସନ୍ଥ ସମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟମେଳା, ମନୋହରୀ ସାମଗ୍ରୀ ସହ ଘରକରଣା ସାମଗ୍ରୀ ମେଳା ଉଦଯାପିତ ହୋଇଯାଇଛି ।

କଟକ ଜିଲ୍ଲା ଶିଉଳି ଗ୍ରାମର ଗ୍ରାମ ଦେବତୀ ଭଗବତୀ ମା ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅହରାତ୍ର ହରିନାମ , ହରିହାଟ, ସାଧୁସନ୍ଥ ସମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟମେଳା, ମନୋହରୀ ସାମଗ୍ରୀ ସହ ଘରକରଣା ସାମଗ୍ରୀ ମେଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ପ୍ରଥମ ଦିନ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପରେ ଯଜ୍ଞର କର୍ତ୍ତା କିଟ୍‌ ଓ କିସ୍ ର ଆଇନ୍‌ ନିର୍ଦେଶକ ମନୋରଞ୍ଜନ ପ୍ରଧାନ ଏବଂ କର୍ତ୍ତୀ ମାଲା ପ୍ରଧାନଙ୍କ ତତ୍ୱାବଧାନରେ ଏହି ଯଜ୍ଞ ହୋଇଥିଲା । ଏହି ଯଜ୍ଞର ଶୁଭାରମ୍ଭ ଠାରୁ ଅନ୍ତିମ ଦିବସ ପର୍ଯ୍ୟନ୍ତ ହଜାର ହଜାର ଭକ୍ତମାନେ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହିତ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରତ୍ୟହ ଅଗ୍ନି ସ୍ଥାପନ ,ସୂର୍ଯ୍ୟପୂଜା ,ଗୋପୁଜା ,ଅଙ୍କରା ରୋପଣ, ଆହୁତି ଦିଆଯାଇ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ହରିହାଟ,ନାମ ସଙ୍କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଚାଲିବା ସହିତ ସାସ୍କୃତିକ କାର୍ଯ୍ୟକ୍ରମ ସମ୍ବର୍ଦ୍ଧନା ଉତ୍ସବ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ମାନେ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହିତ ହରିହାଟରେ ଚରୁ ଅନ୍ନ ପାଇଥିଲେ । ପରେ ମା’ ଙ୍କ କୃପା ଲାଭ କରି ନିଜ ନିଜ ଘରକୁ ଫେରିଥିଲେ ସମସ୍ତ ଭକ୍ତ । ଏହି କାର୍ଯ୍ୟକ୍ରମରେ ଶିଉଳି ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ଜନସାଧାରଣ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.