ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ ଟ୍ରାଜେଡି : ନଦୀରେ ବୁଡିଥିବା ଟ୍ରକରୁ ୨ ମୃତଦେହ ଉଦ୍ଧାର

ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜକୁ ଏକ ଜାହାଜ ଧକ୍କା ଦେବା ପରେ ଏହା ଭୁଶୁଡ଼ି ପଡିଥିଲା । ଏହି ସମୟରେ ବ୍ରିଜର ମରାମତି କାମ କରୁଥିବା ୬ ଜଣ ଶ୍ରମିକ ପାଣିରେ ବୁଡ଼ି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ମିଳିଛି ।

ଆମେରିକାର ବାଲ୍ଟିମୋରରେ ପୋଲ ଭୁଶୁଡିବା ଘଟଣାରେ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ରିଜ ଭୁଶୁଡିବା ଯୋଗୁଁ ଉପରେ ଥିବା ଅନେକ ଗାଡି ଏବଂ ଶ୍ରମିକ ବୁଡି ଯାଇଥିଲେ । ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜକୁ ଏକ ଜାହାଜ ଧକ୍କା ଦେବା ପରେ ଏହା ଭୁଶୁଡ଼ି ପଡିଥିଲା । ଏହି ସମୟରେ ବ୍ରିଜର ମରାମତି କାମ କରୁଥିବା ୬ ଜଣ ଶ୍ରମିକ ପାଣିରେ ବୁଡ଼ି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ମିଳିଛି ।

ଉଦ୍ଧାରକାରୀ ଦଳ ପାଣିରେ ଲୋକଙ୍କୁ ଖୋଜିଥିଲେ । ଏମାନଙ୍କ ମଧ୍ୟରୁ ୬ ଜଣ ଶ୍ରମିକଙ୍କ ପତ୍ତା ମିଳିନଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ଅନ୍ୟମାନଙ୍କ ପତ୍ତା ମିଳିନାହିଁ ।

ସିଙ୍ଗାପୁର ପତାକା ଥିବା ଜାହାଜ ‘ଦଲି’ ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ବାଲ୍ଟିମୋର ବ୍ରିଜକୁ ଧକ୍କା ଦେଇଥିଲା । ବାଲ୍ଟିମୋର ବନ୍ଦରରୁ କଲମ୍ବୋ ଆସୁଥିଲା ଜାହାଜ । ବାଲ୍ଟିମୋର ବନ୍ଦର ଛାଡ଼ିବାର କିଛି ସମୟ ପରେ ଫ୍ରାନ୍ସିସ ସ୍କଟ ମୁଖ୍ୟ ବ୍ରିଜ୍କୁ ଗୋଟିଏ କଣ୍ଟେନର ଶିପ୍ ଧକ୍କା ଦେଇଥିଲେ । ଏହାପରେ ବ୍ରିଜ୍ଟି ସଂପୂର୍ଣ୍ଣ ଭାବେ ପାଲପସ୍କୋ ନଦୀରେ ଭାଙ୍ଗି ଖସି ପଡ଼ିଥିଲା । ବ୍ରିଜ ଭୁଶୁଡ଼ିବା ବେଳେ ଉପରେ ଥିବା ୫ଟି ଗାଡ଼ି ପାଣିକୁ ଖସି ପଡ଼ିଥିଲା । ଫଳରେ ଉଦ୍ଧାର ହୋଇଥିବା ମୃତଦେହ ଏକ ଟ୍ରକ ଭିତରେ ଥିବା ପୋଲିସ ସୂଚନା ଦେଇଛି । ତେବେ ଜାହାଜକୁ ୪୭ ବର୍ଷ ପୁରୁଣା ପିଲାର ଧକ୍କା ଦେବାରୁ ଏଭଳି ଦୁର୍ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.