ସିଏମ୍‌ କେଜ୍ରିଓ୍ଵାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଏପ୍ରିଲ ୧ ପର୍ଯ୍ୟନ୍ତ ବଢ଼ିଲା ED ରିମାଣ୍ଡ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ବଢ଼ିଲା । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ବଢ଼ିଲା । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସେ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ । ତଦନ୍ତକାରୀ ସଂସ୍ଥା କୋର୍ଟରୁ ସାତ ଦିନିଆ ରିମାଣ୍ଡ ମାଗିଥିଲା ।

ଇଡି କହିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ବିବୃତ୍ତି ରେକର୍ଡ କରାଯାଇଛି, କିନ୍ତୁ ତାଙ୍କୁ ଜଣେ ବ୍ୟକ୍ତିଙ୍କ ସହ ସାମ୍ନା କରିବାର ଅଛି । ଏହା ସହିତ ଜବତ ଡିଜିଟାଲ ତଥ୍ୟକୁ ମଧ୍ୟ ପରୀକ୍ଷା କରିବାକୁ ପଡିବ । ଇଡି ସହ ପଚରାଉଚରାରେ କେଜ୍ରିୱାଲ ସହଯୋଗ କରୁନାହାନ୍ତି ।

ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିମାଣ୍ଡ ଅବଧି ଆଜି ସରୁଥିଲା । ଇଡି ତାଙ୍କୁ ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ସେଠାରେ ଇଡି ଏବଂ କେଜ୍ରିଓ୍ଵାଲଙ୍କ ପକ୍ଷରୁ ଜୋରଦାର ଯୁକ୍ତି ଦିଆଯାଇଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ କେଜ୍ରିଓ୍ଵାଲଙ୍କ ଇଡି ରିମାଣ୍ଡକୁ ୫ ଦିନ ପାଇଁ ବଢ଼ାଇ ଦେଇଛନ୍ତି ।

କହି ରଖୁଛୁ, ଆଜି ଗୁରୁବାର କେଜ୍ରିଓ୍ଵାଲଙ୍କ ୧୦ ଦିନିଆ ରିମାଣ୍ଡ ଶେଷ ହୋଇଥିଲା, ଯାହା ପରେ ଇଡି ତାଙ୍କୁ କୋର୍ଟରେ ହାଜର କରାଇ ୭ ଦିନ ପାଇଁ ରିମାଣ୍ଡ ମାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.