ଉତ୍ତରାଖଣ୍ଡ : ଗୁରୁଦ୍ୱାର ଡେରା ପ୍ରମୁଖଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଉତ୍ତରାଖଣ୍ଡରେ ନାନକମତ୍ତା ସାହିବ ଗୁରୁଦ୍ୱାରର ଡେରା କାରସେବାର ପ୍ରମୁଖ ବାବା ତରସେମ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆଜି ମୋଟରସାଇକେଲରେ ଯାଉଥିବା ବେଳେ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

ଉତ୍ତରାଖଣ୍ଡରେ ନାନକମତ୍ତା ସାହିବ ଗୁରୁଦ୍ୱାରର ଡେରା କାରସେବାର ପ୍ରମୁଖ ବାବା ତରସେମ ସିଂଙ୍କୁ ହତ୍ୟା କରାଯାଇଛି । ଆଜି ମୋଟରସାଇକେଲରେ ଯାଉଥିବା ବେଳେ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଉତ୍ତରାଖଣ୍ଡ ପୋଲିସ ଡେରା କାରସେବା ପ୍ରମୁଖଙ୍କୁ ହତ୍ୟା କରିବା ଘଟଣାରେ ଏସଆଇଟି ଟିମ୍‌ ଗଠନ କରିଛି ।

ସିସିଟିଭି ଫୁଟେଜ ମୁତାବକ, ଡେରା ପ୍ରମୁଖ ତରସେମ ସିଂଙ୍କୁ ଆକ୍ରମଣକାରୀ ୩ ସେକେଣ୍ଡରେ ୨ଟି ଗୁଳି ମାରିଥିଲେ । ସେ ଘଟଣା ସ୍ଥଳରେ ଟଳିପାରିଥିଲେ । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଉଧମ ସିଂ ନଗରର ଏସଏସପି କହିଛନ୍ତି, ଆମ ପାଖରେ ଆକ୍ରମଣକାରୀଙ୍କ ସ୍ପଷ୍ଟ ସିସିଟିଭି ଫୁଟେଜ ରହିଛି । ଆକ୍ରମଣକାରୀ ୨ ଜଣ ଶିଖ । ଘଟଣାର ଯାଞ୍ଚ ଚାଲିଛି । ଘଟଣା ସ୍ଥଳରେ ପ୍ରମାଣ ଏକାଠି କରିବା ପାଇଁ ଫରେନ୍ସିକ ଏକ୍ସପର୍ଟ ଟିମ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.